Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

‘ଜହ୍ନମାମୁଁ’ର ଚିତ୍ରକର କେସି ଶିବଶଙ୍କରଙ୍କ ଦେହାନ୍ତ

1/10/2020 at 4:19 PM

ନୂଆଦିଲ୍ଲୀ ୦୧/୧୦ :ପ୍ରସିଦ୍ଧ ଶିଶୁପତ୍ରିକା ‘ଜହ୍ନମାମୁଁ (ଚନ୍ଦାମାମା)’ର କାର୍ଟୁନିଷ୍ଟ କେସି ଶିବଶଙ୍କରଙ୍କର ବୁଧବାର ପରଲୋକ ଘଟିଛି । ସେ ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ୬୦ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ ଚନ୍ଦାମାମା ପତ୍ରିକା ବେଶ୍‌ ଲୋକପ୍ରିୟତା ପାଇପାରିଥିଲା ।

ଅନେକ ଆଞ୍ଚଳିକ ଭାରତୀୟ ଭାଷାରେ ଏହି ପତ୍ରିକା ଉପଲବ୍ଧ ହେଉଥିଲା । ଏଥିରେ ସ୍ଥାନ ପାଉଥିବା ପ୍ରତ୍ୟେକ ଚରିତ୍ର ଶିବଶଙ୍କର ଆଙ୍କିଥାନ୍ତି । ତାଙ୍କର ଚିତ୍ରରେ ନିଆରା ଭାରତୀୟ ଛାପ ରହିଥାଏ । ୧୯୨୪ରେ ଜନ୍ମିତ ଶିବଶଙ୍କର ପତ୍ରିକାର ପ୍ର୍ରାରମ୍ଭିକ ସଦସ୍ୟ ମଧ୍ୟରୁ ଅନ୍ୟତମ । ଏହି ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ ଏହା ସହ ଜଡିତ ଥିଲେ । ତାଙ୍କର କ୍ୟାରିୟର ଆରମ୍ଭ ଏବଂ ଶେଷ ଜହ୍ନମାମୁ ପତ୍ରିକାରେ ହୋଇଥିଲା ।

   Related Posts