ଶିକାର ସାରି ଫେରୁଥିବା ବେଳେ ଧରିଲା ବନ ବିଭାଗ , ଖସିଗଲେ ୭ ଶିକାରୀ

Published By : Prameya-News7 Bureau | February 24, 2020 IST

ଉଦଳା ୨୪।୦୨: ଶିମିଳିପାଳ ଅଭୟାରଣ୍ୟରେ ଚାଲିଛି ବେଧଡକ ବନ୍ୟଜନ୍ତୁ  ଶୀକାର । ତେବେ ଶିକାର ସାରି ଫେରୁଥିବା ବେଳେ ଜଣେ ଶିକାରୀକୁ ବନବିଭାଗ ଧରିଥିବା  ବେଳେ ୭ଜଣ ଶିକାରୀ ଖସିଯାଇଛନ୍ତି । ଗିରଫ ହୋଇଥିବା ଶୀକାରୀ  ନିକଟରୁ ମାଂସ, ବନ୍ଧୁକ ସହିତ ଧନୁ ତୀର ଜବତ ହୋଇଛି । 

ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଂଚଳ ଅଧି ଆଠପଡା ଅଂଚଳରେ ରବିବାର ରାତିରେ ବନବିଭାଗ ଚଢାଉ କରିଛି । ଚଢାଉ ସମୟରେ ଶିମିଳିପାଳରୁ ଶିକାର କରି ଫେରୁଥିବା ବେଳେ ଜଣେ ଶିକାରୀକୁ ବନବିଭାଗ ଗିରଫ କରିଥିଲା । ଗିରଫ ହୋଇଥଇବା ଶିକାରୀ ନିକଟରୁ ୫୦ କିଲୋ ସମ୍ବର ମାଂସ ସହିତ ଗୋଟିଏ ଦେଶୀ ବନ୍ଧୁକ, ଧନୁ ଏବଂ ତୀର ଜବତ କରିଛି । ଗିରଫ ଶିକାରୀ ହେଲେ ଆଠପଡା ଗ୍ରାମର ମୋହନ ହଁ।ସଦା । ମୋହନ ଅନ୍ୟ ଶିକାରୀଙ୍କ ସହିତ ଶିକାର ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.