ଭୁଶୁଡିଲା ନିର୍ମାଣଧୀନ ବ୍ରିଜ୍, ଜଣେ ମୃତ, ୩ ଗୁରୁତର
10/01/2021 at 7:10 PM

ଉମରକୋଟ୧୦/୧: ନିର୍ମାଣଧୀନ ବ୍ରିଜ୍ ଭୁଶୁଡି ଜଣେ ମୃତ ଏବଂ ୩ ଗୁରୁତର। ହସ୍ପିଟାଲରେ ଗୁରୁତରମାନଙ୍କୁ ଭର୍ତ୍ତି କରାଯାଇଛି। ବଡକୁମାରୀ ବ୍ଳକ ଅନ୍ତର୍ଗତ ତାଳାପଦର ବ୍ରିଜ କାର୍ଯ୍ୟ ଚାଲୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ୩ ଜଣ ହେଲେ ପୁରୀ ଜିଲ୍ଲା ବେହେଡାପାରା ଓ ପାତ୍ରପାରା ଗ୍ରାମର ବୋଲି ଜଣାପଡ଼ିଛି।
ଗୁରୁତରମାନେ ହେଲେ ପ୍ରକାଶ ଭୋୟୀ, ତାଙ୍କ ବୟସ ୫୦ ବର୍ଷ, ରମେଶ ଭୋୟୀ ତାଙ୍କ ବୟସ ୫୦ ବର୍ଷ ଏବଂ ସନ୍ତୋଷ ଭୋୟୀ, ତାଙ୍କ ବୟସ ୪୫ ବର୍ଷ। ମୃତକ ମହେନ୍ଦ୍ର ମାଳୀ ନବରଙ୍ଗପୁର ରାଇଘର ବ୍ଳକର ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି। ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛନ୍ତି।
Related Posts
ବଲାଙ୍ଗୀରରେ ଆଜି ଶୁଳିଆ ଯାତ୍ରା, କୋଭିଡ କଟକଣା ସତ୍ତ୍ୱେ ପୀଠରେ ପଡିବ ବଳି
19 January 2021
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021