ଅଟୋ ବାଇକ୍ ମୁହାଁମୁହିଁ: ଜଣେ ମୃତ, ୨ ଗୁରୁତର

Published By : Prameya-News7 Bureau | September 02, 2020 IST

ପାଟଣା୨/୯: ଅଟୋ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରି ପୋଖରୀ ନିକଟରେ ଆଜି ସନ୍ଧ୍ୟାରେ ଘଟିଗଲା ଏହି ଅଘଟଣ ।  କେନ୍ଦୁଝର ପଟୁ ଆସୁଥିବା ଏକ ପାସେଞ୍ଜର ଅଟୋ ସହିତ ଖୀରେଇଟାଙ୍ଗିରି ପଟୁ କେନ୍ଦୁଝର ଆଡକୁ ଯାଉଥିବା ଏକ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ଅଟୋରେ ଥିବା ଡ୍ରାଇଭରଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି । ମୃତ ବାଇକ ଆରୋହୀଙ୍କ ପରିଚୟ ମିଳି ନଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ୪୯ ନମ୍ବର ଜାତୀୟ ରାଜପଥକୁ ଖିରେଇଟାଙ୍ଗିରି ନିକଟରେ ଅବରୋଧ କରିଛନ୍ତି । ଫଳରେ ରାଜପଥରେ ଶହଶହ ଗାଡି ମୋଟର ଅଟକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.