ଜୈସ-ଏ-ମହମ୍ମଦର ଆତଙ୍କୀ ଗିରଫ, ହତିଆର ଜବତ

Published By : Prameya-News7 Bureau | March 15, 2020 IST

ଶ୍ରୀନଗର ୧୫।୦୩: କୁଖ୍ୟାତ ଆତଙ୍କବାଦୀକୁ ଗିରଫ କଲା ସେନା । ସେନା ଓ ପୋଲିସ ପକ୍ଷରୁ ହୋଇଥିବା ମିଳିତ ଅପରେନସନରେ ଧରାପଡିଛି ଜୈସ୍‌-ଏ-ମହମ୍ମଦର ଜଣେ ଆତଙ୍କୀକୁ ଗିରଫ କରାଯାଇଛି । ଜାମ୍ମୁ-କାଶ୍ମୀର ସୋପାର ବୁଲଗାମ୍‌ ଅଞ୍ଚଳରୁ ପୋଲିସ କାବୁ କରିନେଇଥିବା ଜଣାପଡିଛି।

wp:core-embed/twitter {"url":"https://twitter.com/ANI/status/1239132273380691974","type":"rich","providerNameSlug":"twitter","className":""}
https://twitter.com/ANI/status/1239132273380691974
/wp:core-embed/twitter

ସୂଚନାଯୋଗ୍ୟ ଯେ, ରବିବାର ଦିନ ଆତଙ୍କୀ ଲୁଚି ରହିଥିବାର ପୋଲିସକୁ ଖବର ମିଳିଥିଲା । ପୋଲିସ ଖବର ପାଇ ତୁରନ୍ତ ବୁଲଗାମ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା । ସେନା ଓ ସ୍ଥାନୀୟ ପୋଲିସ ସହାୟତାରେ ଅପରେସନ ଆରମ୍ଭ ହୋଇଥିଲା । ଶେଷରେ ସେନା ଜଣେ ଆତଙ୍କୀକୁ ଗିରଫ କରିଛି । ଗିରଫ ଆତଙ୍କୀ ନିକଟରୁ ବନ୍ଧୁକ ଓ ଗୁଳି ମଧ୍ୟ ଜବତ ହୋଇଛି । କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ଜାମ୍ମ-କାଶ୍ମୀରରେ ହିଂସାକାଣ୍ଡ ମାମଲାରେ ଜଡିତ ଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.