Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : ଶିକାରୀ ଆଡ୍ଡାରେ ବନବିଭାଗର ଅତର୍କିତ ଚଢାଉ, ୪ ଗିରଫ
  • ||
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||

ଆତଙ୍କବାଦୀଙ୍କ ଟାର୍ଗେଟରେ ଜାମ୍ମୁ ଓ କାଶ୍ମୀର ନୂଆ ଲେଫଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁ

7/11/2019 at 11:08 PM

ଶ୍ରୀନଗର ୦୮।୧୧ – ଆତଙ୍କବାଦୀଙ୍କ ଟାର୍ଗେଟରେ ଜାମ୍ମୁ ଓ କାଶ୍ମୀର ନୂଆ ଲେଫଟନାଣ୍ଟ ଗଭର୍ଣ୍ଣର ଗିରିଶ ଚନ୍ଦ୍ର ମୁର୍ମୁ ଅଛନ୍ତି। ନିକଟରେ ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ ଗିରୀଶ ଚନ୍ଦ୍ର ମୁର୍ମୁ।  ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁର୍ମୁ ଆତଙ୍କବାଦୀଙ୍କ ହିଟ୍ ଲିଷ୍ଟରେ ଅଛନ୍ତି।

   ପାକ୍  ଅଧୀକୃତ କାଶ୍ମୀରର ମୁଜାଫରାବାଦରେ କିଛି ବେଆଇନ ଘୋଷିତ  ଆତଙ୍କବାଦୀ ସଂଗଠନର ଏକ ବୈଠକ ବସିଥିଲା। ଯେଉଁଠାରେ ଗିରୀଶ ଚନ୍ଦ୍ରଙ୍କ ନାଁକୁ ହିଟଲିଷ୍ଟରେ ରଖାଯିବା ନେଇ ଆତଙ୍କବାଦୀ ମାନେ ସ୍ଥିର କରିଛନ୍ତି। କେବଳ ସେତିକି ନୁହେଁ , ନିକଟରେ ହୋଇଥିବା ବ୍ଲକ୍ ଡେଭଲପମେଣ୍ଟ କାଉନସିଲ୍ ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିମାନେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି।

  ଗିରୀଶ ଚନ୍ଦ୍ର ମୁର୍ମୁ ଶପଥ ନେବା ପୂର୍ବରୁ ଅକ୍ଟୋବର ୨୯ ତାରିଖରେ ମୁଜାଫରାବାଦର ଜମା ଉଲ୍ ହକ୍ ମଦ୍ରାସାରେ ବସିଥିଲା ଆତଙ୍କବାଦୀଙ୍କ ବୈଠକ। ଜୈଶ୍-ଏ-ମହମ୍ମଦ ଏହି ବୈଠକ ଡାକିଥିଲା। ଏଥିରେ ଲସ୍କର-ଏ-ତଇବାର ଜିଆ ଉଲ୍ ରହମ୍ମନ ମିର ଆତଙ୍କବାଦୀମାନଙ୍କୁ ଏକାଠି କରିଥିଲା। ଜାମ୍ମୁ ଓ କାଶ୍ମୀରରେ ଅଧିକରୁ ଅଧିକ ଆତ୍ମଘାତୀ ଆକ୍ରମଣ କରିବା ଲାଗି ଷଡ଼ଯନ୍ତ୍ର କରାଯାଇଛି। ତେଣୁ ଏଠାରୁ ନିର୍ଦ୍ଦେଶ ପାଇ ଜାମ୍ମୁ କାଶ୍ମୀରରେ ସକ୍ରିୟ ଆତଙ୍କବାଦୀମାନେ ଫିଦାୟିନ୍ ଆଟାକ୍ କରିବାକୁ ଯୋଜନା କରୁଛନ୍ତି

   Related Posts