Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

‘ଜନତା କର୍ଫ୍ୟୁ’ କ’ଣ ? କିପରି ପାଳନ ଲାଗି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

19/03/2020 at 8:34 PM

ନୂଆଦିଲ୍ଲୀ, ୧୯|୦୩:    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଆତଙ୍କ ମଧ୍ୟରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି।  କିପରି ସୁରକ୍ଷିତ ରହିବେ ଓ କଣ କରିବା ଉଚିତ ସେନେଇ ମୋଦୀ ଜନତାଙ୍କୁ ପରାମର୍ଶ ଦେଇଛନ୍ତି।ଏହାସହ ଆସନ୍ତା ୨୨ ତାରିଖରେ ଜନତା କର୍ଫ୍ୟୁ ପାଳନ କରିବାକୁ ଜନତାଙ୍କୁ ସେ କହିଛନ୍ତି।

ମୋଦୀ କହିଛନ୍ତି, ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କ ସୁରକ୍ଷାକୁ ମଧ୍ୟ ଧ୍ୟାନ ଦେବା ଜରୁରୀ। ସାମାଜିକ ଦୂରତା ହିଁ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ସବୁଠାରୁ ଭଲ ପଦକ୍ଷେପ। ଆବଶ୍ୟକ ନହେଲେ ଲୋକମାନେ ଘରୁ ବାହାରକୁ ନବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଜନତା କର୍ଫ୍ୟୁ

ସେ କହିଛନ୍ତି ଯେ, ୨୨ ମାର୍ଚ୍ଚ ରବିବାର ଦିନ ସକାଳ ୭ରୁ ରାତି ୯ଟା ଯାଏଁ ସମସ୍ତ ଦେଶବାସୀ ଜନତା କର୍ଫ୍ୟୁକୁ ପାଳନ କରିବେ। ଏହି କର୍ଫ୍ୟୁ ଜନତାଙ୍କ ପାଇଁ। ଜନତାଙ୍କ  ଦ୍ୱାରା ନିଜେ ଲଗାଯାଇଥିବା କର୍ଫ୍ୟୁ ଅଟେ। ଏହିଦିନ ଜନତାଙ୍କ ପ୍ରୟାସ, ଆତ୍ମ-ସଂଯମ, ଦେଶହିତର କର୍ତ୍ତବ୍ୟ ପାଳନ ପାଇଁ ସଂକଳ୍ପର ପ୍ରତୀକ ହେବ। କର୍ଫ୍ୟୁର ସଫଳତା, ଏହାର ଅନୁଭବ ଆଗାମୀ ଚ୍ୟାଲେଞ୍ଜ ପାଇଁ ଜନତାଙ୍କୁ ପ୍ରସ୍ତୁତ କରିବ। କର୍ଫ୍ୟୁ ବାବଦରେ ଜଣେ ନିଜର ୧୦ଜଣ ସମ୍ପର୍କୀୟଙ୍କୁ ଜଣାନ୍ତୁ ବୋଲି ସେ କହିଛନ୍ତି।

ଆହୁରି ମଧ୍ୟ ସେହିଦିନ ସମସ୍ତେ ସନ୍ଧ୍ୟା ୫ଟାରେ ନିଜ ଘର ଝରକା, ବାଲକୋନି ସାମ୍ନାରେ ଠିଆ ହୋଇ ପରସ୍ପରକୁ କୃତଜ୍ଞତା ଜଣାଇବା ପାଇଁ ମୋଦୀ ନିବେଦନ କରିଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ଏହି ସୂଚନା ଲୋକଙ୍କ ନିକଟକୁ ପହଞ୍ଚାଉ ବୋଲି ମୋଦୀ କହିଛନ୍ତି।

   Related Posts