ରବିବାର 'ଜନତା କର୍ଫ୍ୟୁ': ଗଡିବନି ଘରୋଇ ବସ, ବନ୍ଦ ରହିବ ବ୍ୟବସାୟିକ ପ୍ରତିଷ୍ଠାନ

Published By : Prameya-News7 Bureau | March 21, 2020 IST

ଭୁବନେଶ୍ୱର, ୨୧|୦୩:    ୨୨ମାର୍ଚ୍ଚ ୨୦୨୦, ରବିବାର ମାନେ ଆସନ୍ତା କାଲି ଜନତା କର୍ଫ୍ୟୁ । ସକାଳ ୭ରୁ ରାତି ୯ ଯାଏଁ ଦେଶବାସୀ ନିଜ ନିଜ ଘରେ ରହିବେ । ଅତ୍ୟାବଶ୍ୟକ ନଥିଲେ କେହି ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ମହାମାରୀ କରୋନା ସଂକ୍ରମଣ ରୋକିବାକୁ ଦେଶବାସୀ ଏକଜୁଟ୍‌ ହୋଇ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ମଧ୍ୟ ଜନତା କର୍ଫ୍ୟୁକୁ ସ୍ବାଗତ କରିବା ସହ ରାଜ୍ୟବାସୀ ଏହାକୁ ମାନିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ୧୪ଘଣ୍ଟାର ଜନତା କର୍ଫ୍ୟୁର ମହତ୍ଉଦେଶ୍ୟ କ’ଣ ଆସନ୍ତୁ ଦେଖିବା ।

{"id":242130,"width":756,"height":393,"sizeSlug":"large"}

ଦ୍ବିତୀୟ ବିଶ୍ବଯୁଦ୍ଧର ଭୟାବହତା ଠାରୁ ବି ବଳି ଯାଇଛି କରୋନା ଭାଇରସର ପ୍ରଭାବ । ବର୍ତମାନ ସାରା ବିଶ୍ବ ଅର୍ଥାତ ୧୯୫ଟି ଦେଶ କୋଭିଡ୍‌ ୧୯ ଭାଇରସ କବଳରୁ ସୁରକ୍ଷା ପାଇଁ ସଂଘର୍ଷ କରୁଛନ୍ତି । ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ କରୋନା ଆତଙ୍କରେ ଆତଙ୍କିତ । ଏମିତିରେ ଭାରତ ମଧ୍ୟ ଏହାର ପ୍ରଭାବ୍‌ ବେଶ୍‌ ଅନୁଭୁତ ହେଉଛି । ଏବେ ସମୟ ଆସିଛି ଦେଶବାସୀଙ୍କୁ ଏକାଠି ହୋଇ ଏହି ମହାମାରୀ ଭାଇରସ କବଳରୁ ନିଜକୁ ରକ୍ଷା କରିବା ସହ ଅନ୍ୟମାନଙ୍କୁ ତଥା ସାରା ମଣିଷ ସମାଜକୁ ରକ୍ଷା କରିବା । କରୋନା ସହ ଲଢ଼ିବାକୁ  ୨୨ମାର୍ଚ୍ଚ ୨୦୨୦, ରବିବାର ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ମଧ୍ୟ ଜନତା କର୍ଫ୍ୟୁକୁ ସ୍ବାଗତ କରିବା ସହ ରାଜ୍ୟବାସୀ ଏହାକୁ ମାନିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

{"id":242123,"width":756,"height":416,"sizeSlug":"large"}

୨୨ ମାର୍ଚ୍ଚ ୨୦୨୦, ରବିବାର । ସକାଳ ୭ଟାରୁ ରାତି ୯ଟା କେହି ଘରୁ ନବାହାରିବାକୁ ଅପିଲ କରାଯାଇଛି । ଜନତା କର୍ଫ୍ୟୁ ପାଳନର ଏହି ୧୪ଘଣ୍ଟା ଦେଶବାସୀଙ୍କ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ । ତେବେ କରୋନାକୁ କେମିତି ରୋକିବ ଜନତା କର୍ଫ୍ୟୁ ?  କାହିଁକି ପ୍ରତ୍ୟେକ ଦେଶବାସୀ ନିଜ ନିଜ ଘରେ ବନ୍ଦ ହୋଇ ଏହି ୧୪ଘଣ୍ଟା ରହିବାକୁ ଆହ୍ବାନ ଦିଆଯାଇଛି ? ଏହାର ଉଦେଶ୍ୟ କ’ଣ ?  ଗୋଟିଏ ଧାଡ଼ିରେ ଏହାର ଉତ୍ତର ହେଉଛି କରୋନା ସଂକ୍ରମଣରୁ ସୁରକ୍ଷା । ୧୪ଘଣ୍ଟାର କର୍ଫୁ ଅର୍ଥାତ୍‌ ନୂତନ ସଂକ୍ରମଣର ସୁଯୋଗ ନାହିଁ ।  କାରଣ ବିଜ୍ଞାନ ମତ ଅନୁସାରେ ମହାମାରୀ କରୋନା ଭାଇରସ କୌଣସି ବସ୍ତୁ ଉପରେ ସର୍ବାଧିକ ୧୨ଘଣ୍ଟା ହିଁ ବଞ୍ଚିପାରିବ । ତେଣୁ  ଏହି ୧୪ଘଣ୍ଟା  ଆମେ ଯଦି ନିଜ ଘରେ ରହିବା ତାହେଲେ ଆମ ଦେଶର ସାମୁହିକ ସ୍ଥାନ ଯେମିତିକି  ରାସ୍ତାଘାଟ, ଅଫିସ, ଟ୍ରେନ୍‌, ବସ୍‌,  ବ୍ୟବସାୟୀକ ପ୍ରତିଷ୍ଠାନ ଠାରୁ ଦୂରେଇ ରହିଲେ ସେସବୁ ସ୍ଥାନରେ ଥିବା ସରଞ୍ଜାମ ତଥା କବାଟ, ଝରକା, ଲିଫ୍ଟ, ରେଲିଂ ଇତ୍ୟାଦି ସ୍ବତଃ ଭୂତାଣୁ ଶୂନ୍ୟ ହୋଇଯିବ। ଏଥି ସହ ପ୍ରତ୍ୟେକ ଦେଶବାସୀ ମଧ୍ୟ କରୋନା ସଂକ୍ରମଣରୁ ନିଜକୁ ଦୂରେଇ ରଖିପାରିବେ । ତେଣୁ ମହାମାରୀ କରୋନା ସହ ଯୁଦ୍ଧ ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ଜନତା କର୍ଫ୍ୟୁ ।

ତେଣୁ ରବିବାର ଦେଶରେ ପରିବହନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ । ରାଜ୍ୟରେ ମଧ୍ୟ ବସସେବା ଠାରୁ ଆରମ୍ଭ କରି ଅଟୋ ଟ୍ୟାକ୍ସି , ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଜନତା କର୍ଫ୍ୟୁକୁ ସମସ୍ତେ ପାଳନ କରିବାକୁ ଆଗେଇ ଆସିଛନ୍ତି । ସେପଟେ ରବିବାର ଜନତା କର୍ଫ୍ୟୁ ପାଳନ ଅବସରରେ  ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ କରିବାକୁ ଘୋଷଣା କରିଛି ଘରୋଇ ବସ ମାଲିକ ସଂଘ । ସେହିଭଳି ରାଜ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.