Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

‘ଜନତା କର୍ଫ୍ୟୁ’ ପ୍ରଭାବ : ବଡଦାଣ୍ଡଠୁ ରାଜରାସ୍ତା ସବୁ ଖାଁ ଖାଁ

22/03/2020 at 1:19 PM

ଭୁବନେଶ୍ବର।ପୁରୀ ୨୨।୩: ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ କରାଯାଉଛି । ସକାଳ ୭ରୁ ରାତି ୯ ଯାଏଁ ଦେଶବାସୀ ନିଜ ନିଜ ଘରେ ରହିବେ । ଅତ୍ୟାବଶ୍ୟକ ନଥିଲେ କେହି ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ମହାମାରୀ କରୋନା ସଂକ୍ରମଣ ରୋକିବାକୁ ଦେଶବାସୀ ଏକଜୁଟ୍‌ ହୋଇ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ମଧ୍ୟ ଜନତା କର୍ଫ୍ୟୁକୁ ସ୍ବାଗତ କରିବା ସହ ରାଜ୍ୟବାସୀ ଏହାକୁ ମାନିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜନତା କର୍ଫ୍ୟର ପ୍ରଭାର ଓଡିଶାରେ ମଧ୍ୟ ପଡିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଶୂନଶାନ୍ ରହିଛି । ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ରାସ୍ତା ଘାଟରେ ଦେଖିବାକୁ ମିଳୁନି ଲୋକଙ୍କୁ । ରାଜଧାନୀ ଭୁବନେଶ୍ବରେ ମଧ୍ୟ ଏହାର ବହୁଳ ପ୍ରଭାବ ଦେଖିବାକୁ ମିଳିଛି । ରାଜରାସ୍ତାରେ କାଁ ଭାଁ ଗାଡି ମଟର ଦେଖିବାକୁ ମିଳିଛି । ରାସ୍ତାରେ ପୋଲିସ ମଧ୍ୟ ସଜାଗ ରହି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି ।

ସେହିଭଳି ପୁରୀ ବଡ ଦାଣ୍ଡରେ ମଧ୍ୟ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି । ପୁରୀ ବଡ ଦାଣ୍ଡ ଖାଁ ଖାଁ । ଜଣେ ହେଲେ ବି ଶ୍ରଦ୍ଧାଳୁ ମନ୍ଦିର ନିକଟରେ ଦେଖାଯାଉନାହାନ୍ତି । ରାସ୍ତା ଘାଟ ଶୂନଶାନ୍ ରହିଛି । ସେହିଭଳି ସମୁଦ୍ର କୂଳରେ ମଧ୍ୟ ଲୋକମାନଙ୍କୁ ଦେଖିବାକୁ ମିଳୁନି ।

ଅନ୍ୟପଟେ ସାରା ରାଜ୍ୟରେ ପରିବହନ ସେବା ବନ୍ଦ ରହିଛି । ବସ୍ ସେବାଠାରୁ ଆରମ୍ଭ କରି ଅଟୋ ଟ୍ୟାକ୍ସି, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଜନତା କର୍ଫ୍ୟୁକୁ ସମସ୍ତେ ପାଳନ କରିବାକୁ ଆଗେଇ ଆସିଛନ୍ତି । ଜନତା କର୍ଫ୍ୟୁ ପାଳନ ଅବସରରେ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ସେହିଭଳି ରାଜ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । 

   Related Posts