ରାଜ୍ୟରେ ଜନତା କର୍ଫ୍ୟୁର ପ୍ରଭାବ : ରାସ୍ତାଘାଟ ଶୂନଶାନ୍, ଖୋଲିନି ଦୋକାନ ବଜାର, ଗଡୁନି ଗାଡିମଟର

Published By : Prameya-News7 Bureau | March 22, 2020 IST

ଭୁବନେଶ୍ବର ୨୨।୩: ଆଜି ଜନତା କର୍ଫ୍ୟୁ । ସକାଳ ୭ରୁ ରାତି ୯ ଯାଏଁ ଦେଶବାସୀ ନିଜ ନିଜ ଘରେ ରହିବେ । ଅତ୍ୟାବଶ୍ୟକ ନଥିଲେ କେହି ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

{"id":242250,"sizeSlug":"large"}

ମହାମାରୀ କରୋନା ସଂକ୍ରମଣ ରୋକିବାକୁ ଦେଶବାସୀ ଏକଜୁଟ୍‌ ହୋଇ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

{"id":242251,"sizeSlug":"large"}

ଓଡ଼ିଶାରେ ମଧ୍ୟ ଜନତା କର୍ଫ୍ୟୁକୁ ସ୍ବାଗତ କରିବା ସହ ରାଜ୍ୟବାସୀ ଏହାକୁ ମାନିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

{"id":242252,"sizeSlug":"large"}

ଜନତା କର୍ଫ୍ୟର ପ୍ରଭାର ଓଡିଶାରେ ମଧ୍ୟ ପଡିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଶୂନଶାନ୍ ରହିଛି । ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ରାସ୍ତା ଘାଟରେ ଦେଖିବାକୁ ମିଳୁନି ଲୋକଙ୍କୁ ।

{"id":242253,"sizeSlug":"large"}

ରାଜ୍ୟରେ ପରିବହନ ସେବା ବନ୍ଦ ରହିଛି । ବସ୍ ସେବାଠାରୁ ଆରମ୍ଭ କରି ଅଟୋ ଟ୍ୟାକ୍ସି, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି ।

{"id":242254,"sizeSlug":"large"}

ଜନତା କର୍ଫ୍ୟୁକୁ ସମସ୍ତେ ପାଳନ କରିବାକୁ ଆଗେଇ ଆସିଛନ୍ତି । ଜନତା କର୍ଫ୍ୟୁ ପାଳନ ଅବସରରେ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ସେହିଭଳି ରାଜ୍ୟରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.