Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

‘ଜନତା କର୍ଫ୍ୟୁ’କୁ ଜୋର: ବନ୍ଦ ରହିବ ଦିଲ୍ଲୀ ମେଟ୍ରୋ

20/03/2020 at 6:06 PM

ନୂଆଦିଲ୍ଲୀ, ୨୦|୦୩:   ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ। ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପାଳନ ପାଇଁ ଅପିଲ କରିଛନ୍ତି। ଏହି ଦିନ ଦିଲ୍ଲୀରେ ମେଟ୍ରୋ ସେବା ବନ୍ଦ ରହିବ ବୋଲି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ସୂଚନା ଦିଆଯାଇଛି।

ସାରା ବିଶ୍ୱ ଏବେ କରୋନା ଭାଇରସ ବିରୋଧରେ ଲଡୁଛି। ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି। ଯାହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୨ରେ ଜନତାକର୍ଫ୍ୟୁ ପାଇଁ ଅପିଲ କରିଛନ୍ତି। ଦେଶବାସୀ ସକାଳ ୭ଟାରୁ ରାତି ୯ଟା ଯାଏଁ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ କରିଛନ୍ତି। ରବିବାର ସନ୍ଧ୍ୟା ୫ଟାରେ ସମସ୍ତେ ସାଇରନ ବଜାଇବେ।

ଦିଲ୍ଲୀରେ ଗୁରୁବାର ସୁଦ୍ଧା କରୋନା ଭାଇରସର ୧୪ଟି ପଜିଟିଭ୍ ମାମଲା ସାମ୍ନାକୁ ଆସିଛି।  

ଜନତା କର୍ଫ୍ୟୁ

ପ୍ରଧାନମନ୍ତ୍ରୀ ଗୁରୁବାର କହିଥିଲେ ଯେ, ୨୨ ମାର୍ଚ୍ଚ ରବିବାର ଦିନ ସକାଳ ୭ରୁ ରାତି ୯ଟା ଯାଏଁ ସମସ୍ତ ଦେଶବାସୀ ଜନତା କର୍ଫ୍ୟୁକୁ ପାଳନ କରିବେ। ଏହି କର୍ଫ୍ୟୁ ଜନତାଙ୍କ ପାଇଁ। ଜନତାଙ୍କ  ଦ୍ୱାରା ନିଜେ ଲଗାଯାଇଥିବା କର୍ଫ୍ୟୁ ଅଟେ। ଏହିଦିନ ଜନତାଙ୍କ ପ୍ରୟାସ, ଆତ୍ମ-ସଂଯମ, ଦେଶହିତର କର୍ତ୍ତବ୍ୟ ପାଳନ ପାଇଁ ସଂକଳ୍ପର ପ୍ରତୀକ ହେବ। କର୍ଫ୍ୟୁର ସଫଳତା, ଏହାର ଅନୁଭବ ଆଗାମୀ ଚ୍ୟାଲେଞ୍ଜ ପାଇଁ ଜନତାଙ୍କୁ ପ୍ରସ୍ତୁତ କରିବ। କର୍ଫ୍ୟୁ ବାବଦରେ ଜଣେ ନିଜର ୧୦ଜଣ ସମ୍ପର୍କୀୟଙ୍କୁ ଜଣାନ୍ତୁ ବୋଲି ସେ କହିଥିଲେ।

ଆହୁରି ମଧ୍ୟ ସେହିଦିନ ସମସ୍ତେ ସନ୍ଧ୍ୟା ୫ଟାରେ ନିଜ ଘର ଝରକା, ବାଲକୋନି ସାମ୍ନାରେ ଠିଆ ହୋଇ ପରସ୍ପରକୁ କୃତଜ୍ଞତା ଜଣାଇବା ପାଇଁ ମୋଦୀ ନିବେଦନ କରିଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ଏହି ସୂଚନା ଲୋକଙ୍କ ନିକଟକୁ ପହଞ୍ଚାଉ ବୋଲି ମୋଦୀ କହିଥିଲେ।

   Related Posts