ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

Published By : Prameya-News7 Bureau | September 16, 2020 IST

କଟକ ୧୬/୯: ଭୁଵନେଶ୍ବର ନାଵାଳିକା ଗଣଦୁଷ୍କର୍ମ ମାମଲାର ସିଵିଆଇ ତଦନ୍ତ ନିର୍ଦ୍ଦେଶ ପ୍ରାର୍ଥନା କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଭାରତୀୟ ଵିକାଶ ପରିଷଦ ପକ୍ଷରୁ ଏହି  ଜନସ୍ବାର୍ଥ ମାମଲା ଦାଏର କରାଯାଇଛି।

ମାମଲାରେ ଦର୍ଶାଯାଇଛି ଯେ ପୂର୍ଵରୁ କୁନ୍ଦୁଲି ଓ ପିପିଲି ଘଟଣାରେ ଓଡିଶା ପୋଲିସର ଅପାରଗତା ପଦାରେ ପଡିଛି। ଏଵେ ମଧ୍ୟ ଏତଲା ହେଵାର ପ୍ରାୟ ୨୨ଦିନ ଵିତିଯାଇଥିଲେ ମଧ୍ୟ ପୋଲିସ ଏଯାଏଁ  ଅଭିଯୁକ୍ତମାନଙ୍କ ଵିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହା ସହ ମାମଲାରେ ଦର୍ଶାଯାଇଛି ଯେ,କିଛି କ୍ଷମତାଶାଳୀ ଲୋକ ଓ ଗଣମାଧ୍ୟମ କର୍ମଚାରୀମାନେ ଏହି ଘଟଣାରେ ସମ୍ପୃକ୍ତ ଥିଵାରୁ ପୋଲିସ ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ତେଣୁ ମାମଲାର ତଦନ୍ତ ସିଵିଆଇ ଦ୍ବାରା କରିବା ପାଇଁ ଆଵେଦନକାରୀ ନିଵେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.