ରେଲଓ୍ବେ କ୍ରସିଂ ପାର ହେଉଥିବାବେଳେ କାର୍‌କୁ ଜୋରଦାର ଧକ୍କା ଦେଲା ଟ୍ରେନ୍ : ଗୋଟିଏ ପରିବାରର ୩ମୃତ

Published By : Prameya-News7 Bureau | July 18, 2020 IST

ପାଟନା ୧୮/୭: ବିହାରର ପାଟନା ଜିଲ୍ଲାରେ ଶନିବାର ଗୋଟିଏ କାରକୁ ଟ୍ରେନ୍ ଧକ୍କା ଦେବା ଫଳରେ ସେଥିରେ ଥିବା ୪ବର୍ଷର ଶିଶୁ ସହ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ଏହି ଦୁର୍ଘଟଣାଟି ପାଟନାର ପୁନପୁନରେ ରେଲଓ୍ବେ କ୍ରସିଂ ନିକଟରେ ହୋଇଛି।

ପୂର୍ବ ମଧ୍ୟ ରେଲଓ୍ବେର ସିପିଆରଓ କହିଛନ୍ତି ଯେ କାର୍ ସକାଳ ପାଖାପାଖି ୬ଟା ବାଜି ୩୫ମିନିଟରେ ଯେତେବେଳେ ପୋଟହୀ ଏବଂ ନନ୍ଦଓ୍ବା ଷ୍ଟେସନ ମଧ୍ୟରେ ରେଳ ଲାଇନ୍ ପାର କରୁଥିଲା ସେତେବେଳେ ପାଟନା -ରାଞ୍ଚି ଜନଶତାବ୍ଦୀ ବିଶେଷ ଟ୍ରେନ୍ ତାକୁ ଜୋରଦାର ଧକ୍କା ଦେଇଥିଲା।

ସୂଚନା ମିଳିଛି ଯେ କାର୍ ଚାଳକ ବେଆଇନ ଭାବେ ରେଳ ଲାଇନ୍ ପାର କରୁଥିଲେ। ସେତେବେଳେ ଟ୍ରେନଟି ଗୟା ଯାଉଥିଲା।

ମୃତକ ହେଲେ ସୁଜିତ(୩୨) ଏବଂ ତାଙ୍କ ପତ୍ନୀ ନୀଳିମା(୨୬)। ସେମାନଙ୍କ ୪ବର୍ଷର ପୁଅର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ପରିବାର ପାଟନାର ଆନନ୍ଦପୁରୀ ଅଞ୍ଚଳରେ ରହୁଥିଲେ। ଶବଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.