Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଜନସେବା କେନ୍ଦ୍ର ସିଲ୍, ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକୁଥିଲେ ଯୁବକ

30/07/2021 at 9:07 AM

ସାନଖେମୁଣ୍ଡି, ୩୦।୦୭ :  ଗଞ୍ଜାମ ଜିଲ୍ଲା  ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ରହିଥିବା ଜନସେବା କେନ୍ଦ୍ର ସିଲ୍ । ଗୁରୁବାର ଦିନ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ ଏହାକୁ ସିଲ୍ କରିଥିବା ଜଣାପଡ଼ିଛି ।

ଖବରନୁଯାୟୀ , କେନ୍ଦ୍ର ଓ ରାଜ୍ୟ ସରକାର ସର୍ବ ସାଧାରଣ ଲୋକଙ୍କୁ ଚାକିରି କିମ୍ବା ବିଭିନ୍ନ ସହାୟତା ଯୋଜନାରେ ସାମିଲ କରାଯିବା ପାଇଁ ବିଭିନ୍ନ ପ୍ରମାଣପତ୍ର ବାଧ୍ୟତାମୂଳକ କରିଛନ୍ତି । କିନ୍ତୁ ଏହି ପ୍ରମାଣପତ୍ର ଯୋଗାଇଦେବା ନାମରେ ଗରିବ ଲୋକଙ୍କୁ ନକଲି ପ୍ରମାଣପତ୍ର ପ୍ରଦାନ କରି ଠକି ଚାଲିଥିଲେ ଜନସେବା କେନ୍ଦ୍ର ଚଳାଉଥିଲା ଯୁବକ ଜିତେନ୍ଦ୍ର କୁମାର ସେଠୀ । ଜିତେନ୍ଦ୍ର ଦୀର୍ଘଦିନ ଧରି ଲୋକଙ୍କୁ ସେବା ଯୋଗାଇ ଦେବା ନାମରେ ଆଧାର କାର୍ଡ , ଇନକମ ସାର୍ଟିଫିକେଟ ଭଳି ନକଲି ପ୍ରମାଣପତ୍ର ପ୍ରସ୍ତୁତ କରି ଗରିବ ଲୋକଙ୍କ ଠାରୁ ଟଙ୍କା ଲୁଟି ନେଉଥିଲେ ।

ତେବେ ଏହି ଗରିବ ହିତାଧିକାରୀମାନେ ସରକାରୀ ସହାୟତା ପାଇବା ଆଶାରେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ସେମାନଙ୍କ ପ୍ରମାଣପତ୍ର ଜାଲିଆତି ରହିଥିବା ଜଣାପଡିଛି । ଯାହାଫଳରେ ବ୍ଳକ ଅଧିକାରୀ ଘଟଣା ସଂପର୍କରେ ସ୍ଥାନୀୟ ତହସିଲଦାର ଶ୍ରୀ ସ୍ବାଇଁଙ୍କୁ ଜଣାଇଥିଲେ । ଏହାପରେ ଆଜି ତହସିଲଦାର ଶ୍ରୀ ସ୍ବାଇଁଙ୍କ ଉପସ୍ଥିତିରେ କଇଠଖଣ୍ଡି ରାଜସ୍ବ ନିରୀକ୍ଷକ ଫକୀର ମୋହନ ରାଉତ , କନିଷ୍ଠ ରାଜସ୍ବ ସହାୟିକା ରୋଜାଲିନ ଡାକୁଆ ସଦଳବଳେ ଉକ୍ତ ଜନସେବା କେନ୍ଦ୍ର ଉପରେ ଚଢ଼ାଉ କରିଥିଲେ । ଘଟଣାପରେ ତହସିଲ ପ୍ରଶାସନ ପକ୍ଷରୁ ସିଲ୍ ମଧ୍ୟ କରିଥିଲେ । ଏନେଇ ତହସିଲଦାର ଶ୍ରୀ ସ୍ବାଇଁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି ।

   Related Posts