ଜନନୀ ସୁରକ୍ଷା ଯୋଜନା ଫେଲ ,ପୁଣି ଭାରରେ ଆଠ କି.ମି. ବୁହାହେଲେ ଗର୍ଭବତୀ ମହିଳା

Published By : Prameya-News7 Bureau | November 28, 2018 IST

ମାଲକାନାଗିରି;୨୮/୧୧-ପୁଣି ଫେଲ୍ ମାରିଲା ସରକାରଙ୍କ ଆମ୍ବୁଲାନ୍ସ ସେବା । ୮ କିଲୋମିଟର୍ ଭାରରେ ବୁହା ହେଲେ ଗର୍ଭବତୀ ।  ମାଲକାନଗିରି ଜିଲ୍ଲା ମନ୍ତ୍ରୀପୁଟ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।  ଗାଁର ପଦ୍ମିନୀ ମୁଦୁଲିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ ।  କିନ୍ତୁ ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସଟି ଗାଁରୁ ୮ କିଲୋମିଟର୍ ଦୂରରେ ରହିଯାଇଥିଲା ।  ବାଧ୍ୟ ହୋଇ ପରିବାର ଲୋକେ ଗର୍ଭବତୀ ପଦ୍ମିନୀଙ୍କୁ ଭାରରେ ୮ କିଲୋମିଟର୍‌ ବୋହି ନେଇଥିଲେ । ପରେ ଆମ୍ବୁଲାନ୍ସରେ ତାଙ୍କୁ ଅର୍କେଲ ଚିକିତ୍ସାଳୟ ନେବା ବେଳେ ବାଟରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଛି । ଗତକାଲି ମଧ୍ୟ ସେହି ଗାଁର ମୋତି ହନ୍ତାଳଙ୍କୁ ଗର୍ଭଯନ୍ତ୍ରଣା ହେବାରୁ ଭାରରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣୁଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ ବାଟରେ ହିଁ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏହି ଦୃଶ୍ୟ କିଛି ନୂଆ ନୁହେଁ ଜିଲ୍ଲାରେ ନୀତି ଦିନିଆ ଘଟଣା ଏମିତି ଦେଖିବାକୁ ମିଳୁଛି ଖବର ମଧ୍ୟ ପ୍ରସାରଣ ହେଉଛି । କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନି କେବେ ଜିଲ୍ଲାରେ ରାସ୍ତାଘାଟ ଠିକ ହେବ କେବେ ଦୂର ହେବ ଜନନୀ ଯନ୍ତ୍ରଣା ତାହାକୁ ଜିଲ୍ଲାବାସୀ ଅପେକ୍ଷା କରିଥିବା ବେଳେ ଏବେ କିନ୍ତୁ ଭଗବାନଙ୍କ ଭରଷାରେ ଗର୍ଭବତୀ ମାଙ୍କ ଭାଗ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.