ପୁଣି ଜନନୀ ଯନ୍ତ୍ରଣା, ଖୋଲା ଆକାଶ ତଳେ ପ୍ରସବ କଲେ ମହିଳା

Published By : Prameya-News7 Bureau | July 06, 2021 IST

ବାଂଶପାଳ ୦୬।୦୭: ସୁବିଧା ଥାଇ ଅସୁବିଧା । ପୁଣି ଜନନୀ ଯନ୍ତ୍ରଣା । ଖୋଲା ଆକାଶ ତଳେ ପ୍ରସବ କଲେ ମହିଳା । କେନ୍ଦୁଝର ବାଂଶପାଳ ବ୍ଲକ ମୁଖ୍ୟାଳୟର ବ୍ୟାଙ୍କ ସମ୍ମୁଖରେ ଘଟିଛି ଘଟଣା । ଯାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି ।

ଖବର ଅନୁଯାୟୀ,  ସୋମବାର ବାଂଶପାଳ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଟଙ୍କା ଉଠାଇବା ପାଇଁ ଉରୁମୁଣ୍ଡା ଗାଁର କୁଡୁମି ପ୍ରଧାନ ଓ ସ୍ୱାମୀ ରତ୍ନା ପ୍ରଧାନ ଆସିଥିଲେ। ସ୍ୱାମୀ ଟଙ୍କା ଉଠାଇବା ପାଇଁ ଧାଡିରେ ଛିଡା ହୋଇଥିବା ବେଳେ କୁଡୁମି ବ୍ୟାଙ୍କ ସମୁଖ ପଡ଼ିଆରେ ଅପେକ୍ଷା କରିଥିଲେ। ଦିନ ପ୍ରାୟ ୧୨ଟା ବେଳେ କୁଡୁମି ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ଏପିରିକି ସେହିଠାରେ ହିଁ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ କୁଡୁମି  । ବ୍ୟାଙ୍କ ଶାଖା ପରିଚାଳକଙ୍କ ନିକଟରେ ଏଖବର ପହଞ୍ଚିବା ପରେ ତୁରନ୍ତ ସ୍ଥାନୀୟ ତହସିଲଦାରଙ୍କୁ ଜଣାଇଥିଲେ। ତହସିଲଦାର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଜଣାଇବା ପରେ ଏକ ଟିମ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନେଇଥିଲେ । ଏବେ ଉଭୟ ମା ଓ ଶିଶୁ କନ୍ୟା ବାଂଶପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଏବଂ ସୁସ୍ଥ ଥିବା ଜଣାପଡିଛି।

ପ୍ରସବ କାଳୀନ ଚିକିତ୍ସା ଲାଗି ମେଡିକାଲ ଯିବାକୁ ଟଙ୍କା ଦରକାର ଥିବାରୁ ସ୍ୱାମୀଙ୍କ ସହିତ ଟଙ୍କା ଉଠାଇବା ପାଇଁ ଆସିଥିଲେ । ତେବେ ହଠାତ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ବ୍ୟାଙ୍କ  ସମ୍ମୁଖରେ ହିଁ ଶିଶୁ ଜନ୍ମ ହୋଇଥିଲା  । ବାଂଶପାଳ ବ୍ଲକ ମୁଖ୍ୟାଳୟରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ମାତ୍ର ୫୦ ମିଟର ଦୂରରେ ଖୋଲା ଆକାଶ ତଳେ ମହିଳାଙ୍କ ପ୍ରସବ ହୋଇଥିଲେ । କିନ୍ତୁ ମେଡିକାଲ କର୍ତ୍ତୃପକ୍ଷ କିପରି ଜାଣିନଥିଲେ  । ସେହିପରି ଦୁର୍ଗମ ଅଞ୍ଚଳର ଗର୍ଭବତୀଙ୍କୁ ପ୍ରସବ ତାରିଖର ୧୫ ଦିନ ଆଗରୁ ମା ଗୃହକୁ ଆଣି ଚିକିତ୍ସା କରିବାର ବ୍ୟବସ୍ଥା ରହିଥାଏ, ହେଲେ କୁଡୁମିଙ୍କ ପକ୍ଷେ ଏସବୁ କାହିଁକି ହୋଇନଥିଲା । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.