ପଶ୍ଚିମବଙ୍ଗ ୨୧/୬ : ପଶ୍ଚିମବଙ୍ଗରେ ରେ ରେଳ ବିଭାଗ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ୨୦୧୦ ମସିହାରେ ଅର୍ଥାତ୍ ପ୍ରାୟ ୧୧ ବର୍ଷ ତଳେ ଜାନେଶ୍ୱରୀ ଏକ୍ସପ୍ରେସ୍ ସହିତ ଏହି ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ମୃତ ଘୋଷିତ ବ୍ୟକ୍ତି ଏବେ ଜୀବିତ ଥିବା ଜଣାପଡିଛି । ଆଶ୍ଚର୍ଯ୍ୟର କଥା, ଉକ୍ତ ବ୍ୟକ୍ତିଙ୍କୁ ପରିବାର ଲୋକ ମୃତ ଘୋଷଣା କରିଥିଲେ ଏବଂ ଏହି ଆଧାରରେ କ୍ଷତିପୂରଣ, ଚାକିରି ବି ଦିଆଯାଇଥିଲା ।
କିନ୍ତୁ ଏବେ ୧୧ ବର୍ଷ ପୂର୍ବେ ଏହା ଜଣାପଡିଛି ଯେ ମୃତ ବ୍ୟକ୍ତି ବର୍ତ୍ତମାନ ଜୀବିତ ଅଛନ୍ତି । ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ବର୍ତ୍ତମାନ ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଛି, ସିବିଆଇ ସେହି ବ୍ୟକ୍ତିଙ୍କ ଭଉଣୀକୁ (ଯିଏ କ୍ଷତିପୂରଣ ନାଁରେ ଚାକିରି ପାଇଥିଲା) ଏବଂ ତାଙ୍କ ପିତାଙ୍କୁ ଡାକି ପଚରାଉଚରା କରିଛି । ସୂଚନ ଥାଉକି, ମେ ୨୦୧୦ରେ, ଟ୍ରେନ୍ ଦୁର୍ଘଟଣାରେ ୧୪୮ ଜଣ ପ୍ରାଣ ହରାଇଥିଲେ ।
ହାଓ୍ୱଡା-ମୁମ୍ବାଇ ଜାନେଶ୍ୱରୀ ଏକ୍ସପ୍ରେସର ଅନେକ ବଗି ଲାଇନଚ୍ୟୁତ ହୋଇଥିଲା । ଝାରବାହୀ ନିକଟରେ ମାଲବାହୀ ଗାଡି ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଥଲା । ଏହି ଦୁର୍ଘଟଣାରେ, ସେତେବେଳେ ଜଣେ ବ୍ୟକ୍ତି ଦାବି କରିଥିଲେ ଯେ ଏହି ଘଟଣାରେ ତାଙ୍କ ପୁଅର ମୃତ୍ୟୁ ହୋଇଛି । ତା’ପରେ ଡିଏନ୍ଏ ନମୁନା ମଧ୍ୟ ଆଧାର ଯାଞ୍ଚ କରାଯାଇଥିଲା ।
ଏଭଳି ପରିସ୍ଥିତିରେ ରେଳବାଇ ମୃତକର ପରିବାର ସଦସ୍ୟଙ୍କୁ ଚାକିରି ଏବଂ କ୍ଷତିପୂରଣ ପ୍ରଦାନ କରିଥିଲା । ଫଳରେ ଉକ୍ତ ବ୍ୟକ୍ତିଙ୍କ ଭଉଣୀ ପୂର୍ବ ରେଳବାଇର ସିଗନାଲ୍ ବିଭାଗରେ ଚାକିରି ପାଇଥିଲା । କିନ୍ତୁ ନିକଟରେ ଏକ ଅଭିଯୋଗ ଆସିଛି ଯେ, ମୃତ ବ୍ୟକ୍ତି ପ୍ରକୃତରେ ଜୀବିତ ଅଛନ୍ତି । ଏବେ ଏହି ଘଟଣା ସିବିଆଇକୁ ହସ୍ତାନତ କରାଯଇଛି । ସିବିଆଇର ଯାଞ୍ଚ ପରେ ସବୁକିଛି ସ୍ପଷ୍ଟ ହେବ ।