Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା : ବେଗୁନିଆ ଆସନ ଉପରେ ଆଖି

19/11/2018 at 5:15 PM

ଭୁବନେଶ୍ବର ୧୯/୧୧: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ,ଏବଂ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପୁଅ ପୃଥ୍ବୀ ବଲ୍ଲଭ ପଟ୍ଟନାୟକ ରାଜନୀତିକୁ ଆସିବା ଚର୍ଚ୍ଚା ଜୋର ଧରିଛି। ତେବେ ପୃଥ୍ବୀ ବଲ୍ଲଭ ପଟ୍ଟନାୟକ ନ୍ୟୁଜ ୭କୁ ଆଜି ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ,ସେ ରାଜନୀତିକୁ ଆସିବା କଥା ଚିନ୍ତା କରୁଛନ୍ତି କିନ୍ତୁ କେଉଁ ଦଳକୁ ଯିବେ ତାହା ସ୍ଥିର କରିନାହାନ୍ତି। ଜାନକୀ ବଲ୍ଳଭ ନିଜ ସମଗ୍ର ରାଜନୈତିକ ଜୀବନ କଂଗ୍ରେସରେ କଟାଇଥିଲେ। ସେ ତିନି ତିନିଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିଲେ। ଆସାମର ରାଜ୍ୟପାଳ ମଧ୍ୟ ହୋଇଥିଲେ। ସେହିଭଳି ପୃଥ୍ବୀ ବଲ୍ଲଭଙ୍କ ମାଆ ଜୟନ୍ତୀ ପଟ୍ଟନାୟକ ମଧ୍ୟ କଂଗ୍ରେସ୍ ରାଜନୀତିରେ ବେଶ୍ ସକ୍ରିୟ ଥିଲେ। କଟକ ଲୋକସଭା ଆସନରୁ ସାଂସଦଭାବେ ନିର୍ବାଚିତ ହୋଇଥିଲେ। ତେବେ ଜାନକୀ ଓ ଜୟନ୍ତୀଙ୍କ ଏକମାତ୍ର ପୁଅ ଆଜିଯାଏଁ ରାଜନୀତିଠାରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଛନ୍ତି। ତେବେ ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ସେ ରାଜନୀତିକୁ ଆସିବା ଚର୍ଚ୍ଚା ଜୋର ଧରିଛି। ଆଜି ପୃଥ୍ବୀ ବଲ୍ଳଭ କହିଛନ୍ତି ସେ ଯଦି ରାଜନୀତିକୁ ଆସନ୍ତି ତାହେଲେ ବ୍ୟକ୍ତିକୁ ଦେଖି ରାଜନୀତିକୁ ଆସିବେ। ଦଳକୁ ଦେଖି ନୁହଁ। ସୂଚନାଯୋଗ୍ୟ ଯେ, ପୃଥ୍ବୀ ବଲ୍ଲଭ ପଟ୍ଟନାୟକଙ୍କ ଭିଣୋଇ ସୈାମ୍ୟ ରଞ୍ଜନ ପଟ୍ଟନାୟକ ଏବେ ବିଜେଡ଼ିରେ ଯୋଗ ଦେଇ ରାଜ୍ୟ ସଭା ସାଂସଦ ହୋଇଛନ୍ତି। ଅପରପକ୍ଷରେ ଏକଦା ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ,ଏକାନ୍ତ ଅନୁଗତ ଓ ସୈାମ୍ୟ ରଞ୍ଜନ ପଟ୍ଯନାୟକଙ୍କ ବଡ଼ଭାଇ ନିରଞ୍ଜନ ପଟ୍ଟନାୟକ ଏବେ ପିସିସିର ସଭାପତି ଅଛନ୍ତି। ଏଭଳି କ୍ଷେତ୍ରରେ ପୃଥ୍ବୀ ବଲ୍ଳଭ  ପଟ୍ଟନାୟକ କେଉଁ ଦଳରେ ଯୋଗ ଦେବେ ସେ ନେଇ ଦ୍ବନ୍ଦରେ ପଡ଼ିବା ସ୍ବାଭାବିକ।

ତଥ୍ୟାଭିଜ୍ଞ ମହଲର କଥାକୁ ଯଦି ବିଶ୍ବାସକୁ ନିଆଯାଏ ତାହେଲେ ପୃଥ୍ବୀ ବଲ୍ଲଭ ପଟ୍ଟନାୟକ ବେଗୁନିଆ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଆଗ୍ରହୀ। ଅତୀତରେ ଏହି ଆସନରୁ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ତେବେ ସେ କେଉଁ ଦଳରେ ଯୋଗ ଦେବେ ତାହା ସ୍ଥିର ହୋଇପାରୁନଥିବାରୁ ସେ ଗଣମାଧ୍ୟମରେ ଖୋଲାଖୋଲି କିଛି କହୁନାହାନ୍ତି।

   Related Posts