Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ପାରାଦୀପରେ ପ୍ରସ୍ତାବିତ JSW ପ୍ରକଳ୍ପ କାର୍ଯ୍ୟ ପାଇଁ ଆଜି ଜନଶୁଣାଣୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେବ ବୈଠକ

10/11/2021 at 7:49 AM

ଜଗତସିଂହପୁର ୧୦।୧୧:  ପାରାଦ୍ୱୀପରେ ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ କାର୍ଯ୍ୟ ପାଇଁ ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ବସିବ । ନୂତନ ଜିଲ୍ଲାପାଳ ପରୂଲ ପଟୱରୀ ପ୍ରଥମ ଥର ପାଇଁ ଜେଏସଡବ୍ଲୁ ପ୍ରକଳ୍ପ ହେଉଥିବା ଅଞ୍ଚଳ ବାସୀଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ ସ୍ଥାନୀୟ ଲୋକମାନଙ୍କ ସହିତ ପ୍ରକଳ୍ପ ବାବଦରେ ଆଲୋଚନା କରାଯିବ ।

ଖବର ଅନୁଯାୟୀ, ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଢ଼ିଙ୍କିଆ, ଗଡ଼ କୁଜଙ୍ଗ,ନୂଆଗାଁ, ଗୋବିନ୍ଦପୁର ଓ ମାହାଳ ଗାଁରେ ପ୍ରତିବାଦର ସ୍ବର ଉଠିଥିବା ବେଳେ ବର୍ତ୍ତମାନ ଢ଼ିଙ୍କିଆ ଅଞ୍ଚଳରେ ଅଧିକ ବିରୋଧ ଭାବ ଦେଖିବାକୁ ମିଳିଛି । ଜିନ୍ଦଲ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ସମସ୍ତ ଗାଁର ମୁରବି, ଜଙ୍ଗଲ କମିଟି ଓ ସାଧାରଣ ଲୋକଙ୍କୁ ନେଇ ପ୍ରତିଦିନ ଘନ ଘନ ବୈଠକ ବସୁଛି । ପ୍ରଶାସନ ପାଖରେ କେଉଁ ଦାବି ଗୁଡିକ ରଖାଯିବ ସେ ବାବଦରେ ଆଲୋଚନା କରାଯାଉଛି ।

ଅନ୍ୟପଟେ ପ୍ରକଳ୍ପକୁ ବିରୋଧ କରି ଆସୁଥିବା ଢ଼ିଙ୍କିଆ ଗାଁର ଲୋକମାନେ ଏହି ବୈଠକକୁ ବର୍ଜନ କରିବା ସହ ପ୍ରତିବାଦ ସଭା କରିବାକୁ ପ୍ରସ୍ତୁତ ହୋଇଥିବା ଜଣାଯାଇଛି ।ଜିନ୍ଦଲ ପ୍ରକଳ୍ପକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଥିବା ବେଳେ ପ୍ରକଳ୍ପକୁ ସମର୍ଥନ କରୁଥିବା ଲୋକେ ଆଶାବାଦୀ ହୋଇ ଉଠିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ସହ ଏହି ଆଲୋଚନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

   Related Posts