JSW ପ୍ରକଳ୍ପ ପାଇଁ ଢିଙ୍କିଆ ଗୋବିନ୍ଦପୁରରେ ହେବ ଜନଶୁଣାଣି, ଲୋକଙ୍କ ସହ ଆଲୋଚନା କରିବେ ପ୍ରଶାସନିକ ଅଧିକାରୀ

Published By : Prameya-News7 Bureau | November 26, 2021 IST

ଜଗତସିଂହପୁର ୨୬/୧୧: ପାରାଦ୍ୱୀପରେ ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ କାର୍ଯ୍ୟ ପାଇଁ ହେବ ଜନଶୁଣାଣି । ଜିଲ୍ଲା ପ୍ରଶାସନ ପକ୍ଷରୁ ଢ଼ିଙ୍କିଆ ପଞ୍ଚାୟତ ଗୋବିନ୍ଦପୁରଠାରେ ଚତୁର୍ଥ ଜନ ଶୁଣାଣି କରାଯିବ । ଜିଲ୍ଲାପାଳ ପାରୂଲ ପଟୱରୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଜନ ଶୁଣାଣିରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଘୁନନ୍ଦନ ଦାସ,ଏସ୍ପି ଅଖିଲେଶ୍ବର ସିଂହ ଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିବେ ।

ପୂର୍ବରୁ ପ୍ରସ୍ତାବିତ ଅଞ୍ଚଳ ଗଡ଼ ଜୁଜଙ୍ଗ, ନୂଆଗାଁ ଓ ଢ଼ିଙ୍କିଆ ଠାରେ ଜନ ଶୁଣାଣି ଶେଷ ହୋଇଥିବା ବେଳେ ଆଜି ଗୋବିନ୍ଦପୁର ଠାରେ ଆୟୋଜନ ହେବ । ବୈଠକରେ ଜେଏସଡବ୍ଲୁ ପ୍ରକଳ୍ପ ହେଉଥିବା ଅଞ୍ଚଳବାସୀଙ୍କ ସହ ଆଲୋଚନା କରାଯିବ ସହିତ ସ୍ଥାନୀୟ ଲୋକ ମାନଙ୍କର ଅଭିଯୋଗ ଶୁଣାଣି କରାଯିବ । ଗାଁରେ ପ୍ରକଳ୍ପକୁ ନେଇ ଅଧିକ ବିରୋଧ ଭାବ ଦେଖିବାକୁ ମିଳୁଥିବା ବେଳେ ଗୋବିନ୍ଦପୁର ଠାରେ ଉଭୟ ସମର୍ଥକ ଓ ବିପକ୍ଷବାଦୀ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.