ବାଲେଶ୍ୱରରେ ଭାରତ ବନ୍ଦର ପ୍ରଭାବ : ଜନଜୀବନ ପ୍ରଭାବିତ, ଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଛି ଟ୍ରେନ୍

Published By : Prameya-News7 Bureau | September 27, 2021 IST

ବାଲେଶ୍ୱର, ୨୭।୦୯ :   କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଖିଳ ଭାରତ ସଂଯୁକ୍ତ କିଶାନ ମୋର୍ଚ୍ଚା ତରଫରୁ ଭାରତ ବନ୍ଦ ଡାକରା । ସମଗ୍ର ଦେଶରେ ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଅନୁରୂପ ଭାବେ ବାଲେଶ୍ୱରରେ ବନ୍ଦ ଯୋଗୁଁ ସାଧାରଣ ଜନଜୀବନ ବେଶ ପ୍ରଭାବିତ ହୋଇଥିବା ନଜର ଆସିଛି ।

ଏହି ପରିପ୍ରେକ୍ଷୀରେ ବାଲେଶ୍ୱରରେ ସକାଳ ୬ଟାରୁ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ସହରରେ ପ୍ରାୟ ୧୦ଟି କୃଷକ ସଂଗଠନ ସହ କଂଗ୍ରେସ  ଆନ୍ଦୋଳନକୁ ସମର୍ଥନ କରି ସକାଳେ ପ୍ରଥମେ ରେଳ ରୋକ କରିଥିଲା। ପ୍ରଥମେ ବାଙ୍ଗିରିପୋଷି -ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ୍‌କୁ ଦୀର୍ଘ ସମୟ ଧରି ବାଲେଶ୍ୱର ଷ୍ଟେସନରେ ଅଟକିବାକୁ ପଡ଼ିଥିଲା ।

ସେହିଭଳି ଜିଲ୍ଲାର ଅନ୍ୟାନ୍ୟ ଷ୍ଟେସନଗୁଡ଼ିକରେ ମଧ୍ୟ ଏକାଧିକ ଟ୍ରେନ୍ ଅଟକି ରହିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.