ଝାରସୁଗୁଡା: ଜଣ ଜଣ କରି ଆରପାରିକୁ ଚାଲିଗଲେ ସମସ୍ତେ, ବଞ୍ଚିଗଲେ ବଡ ଝିଅ, ଏବେ ନିଜ ପୈତୃକ ଗାଁକୁ ଫେରିବେ ଲିଲି

Published By : Prameya-News7 Bureau | November 11, 2020 IST

ଝାରସୁଗୁଡା୧୧/୧୧: ଜୀବନ ହାରି ଦେଲେ ପରିବାରର ସମସ୍ତ ସଦସ୍ୟ, କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ବଡ଼ ଝିଅ ଲିଲି ବିଶ୍ବାଳ। ସାନ ଭାଇର ମୃତ୍ୟୁ ପରେ ଏକାସାଙ୍ଗ​‌ରେ ପରିବାରର ସମସ୍ତ ସଦସ୍ୟ ବିଷ ପିଇ ଦେଲେ। କଥା ଥିଲା, ଯଦି ବଞ୍ଚିବା ଏକାସାଙ୍ଗରେ, ଯଦି ମରିବା ଏକାସାଙ୍ଗରେ। ହେଲେ ବିଧିର ବିଧାନ, ପରିବାର ବଡ ଝିଅ ବଞ୍ଚିଗଲେ। ଦୀର୍ଘ ୫ ମାସ ଧରି ଜୀବନ ସହ ସଂଘର୍ଷ କରି ନିଜ ପୈତୃକ ଗାଁ ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀପୁରକୁ ଫେରିବେ ଲିଲି।  ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା କରାଯାଇଥିବା ସୂଚନା ମିଳିଛି।

ଝାରସୁଗୁଡାର ଲହଣ୍ଡାବୁଡ ଠାରେ ଗତ ମେ ୩୧ ତାରିଖ ଘଟିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଦୁର୍ଘଟଣାରେ ସାନ ଭାଇର ମୃତ୍ୟୁ ପରିବାର ୩ ଭଉଣୀଙ୍କ ସମେତ ମାଆ ଫିନାଇଲ୍‌ ପିଇ ଦେଇଥିଲେ। କିଛିଦିନ ଭିତରେ ଜଣ ଜଣ କରି୫ ଜଣ ଆରପାରିକୁ ଚାଲିଗଲେ। ହେଲେ ବଞ୍ଚିଗଲେ ବଡ଼ ଭଉଣୀ ଲିଲି ବିଶ୍ବାଳ। ଏବେ ସେ ଶପଥ ନେଇଛନ୍ତି, ବଞ୍ଚିବେ, ନିଜ ପୈତୃକ ଗାଁରେ ରହିବେ।

ସୂଚନାଥାଉକି ବିଶ୍ବାଳ ପରିବାରର ଏକ ମାତ୍ର ପୁଅ ଦୀପକ, ୨୦୧୮ ମସିହାରେ ଦୁର୍ଘଟଣାରେ ଶିକାର ହୋଇଥିଲେ। ପୂର୍ବରୁ ଅର୍ଥାତ ୨୦୧୫ ମସିହାରେ ଦୀପକଙ୍କ ବାପା ଆରପାରିକୁ ଚାଲି ଯାଇଥିଲେ। ଭାଇର ଦୁର୍ଘଟଣା ପରେ ୩ ଭଉଣୀ ଏବଂ ମାଆ ଦୁଃଖରେ ଭାଙ୍ଗି ପଡିଥିଲେ। ଏପରି କି ସାନ ଭାଇର ସେବା-ଯତ୍ନ ନେବା ପାଇଁ ଭଉଣୀ ଚାକିରୀ ବି ଛାଡି ଦେଇଥିଲେ। ବହୁ ଚେଷ୍ଟା ପରେ ସାନ ଭାଇଙ୍କୁ ବଞ୍ଚାଇ ପାରି ନଥିଲେ ୩ ଭଉଣୀ। ସାନ ଭାଇର ମୃତ୍ୟୁ ପରେ ପରିବାର ସମସ୍ତ ସଦସ୍ୟ ଫିନାଇଲ୍‌ ପିଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜଣ ଜଣ କରି ଚାଲିଗଲେ, ହେଲେ ରହିଗଲେ ବଡ ଝିଅ ଲିଲି। ଲିଲି ସିନା ବଞ୍ଚିଗଲେ, ହେଲେ ତାଙ୍କ ମନେ​ ମ​‌ନେ ପରିବାର ସମସ୍ତ ସଦସ୍ୟଙ୍କୁ ଖୋଜୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.