Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

କୁମାର ସାନୁଙ୍କ ପୁଅ, ଏଥିପାଇଁ ଲୋକେ କାମ ଦେବା ତ ଦୂରର କଥା ଗୀତ ବି ଶୁଣିଲେନି

1/08/2021 at 10:03 PM

ମୁମ୍ବାଇ ୦୧।୦୮: ଫିଲ୍ମ ଇଣ୍ଡଷ୍ଟ୍ରୀରେ ପରିବାରବାଦକୁ ନେଇ ଗାୟକ ଜାନ କୁମାର ସାନୁ ନିଜର ଦୁଃଖଦ କାହାଣୀ ବର୍ଣ୍ଣନା କରିଛନ୍ତି। ଜାନ କୁମାର ସାନୁ କହିଛନ୍ତି, ଅନେକ ଥର ଲୋକେ ଏଥିପାଇଁ ତାଙ୍କୁ କାମ ଦେଇନଥିଲେ, କାରଣ ସେ ଇଣ୍ଡଷ୍ଟ୍ରୀର ଖ୍ୟାତାନାମା ଗାୟକ କୁମାର ସାନୁଙ୍କ ପୁଅ। ଅନେକ ଲୋକ ତାଙ୍କ ଗୀତ ନଶୁଣି କାମ ଦେବାକୁ ମନା କରି ଦେଇଥିଲେ। ପ୍ରସିଦ୍ଧ ଗାୟକଙ୍କ ପୁଅ ହୋଇଥିବାରୁ ସର୍ବଦା ଆପଣଙ୍କ ଅନୁକୂଳରେ ସବୁ କାମ ହୋଇନଥାଏ। ବେଳେ ବେଳେ ଏହା ଆପଣଙ୍କ ପାଇଁ ବଡ ବାଧକ ସାଜିଥାଏ।

ଏକ ଓ୍ଵେବସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ଯୁବ ଗାୟକ କହିଛନ୍ତି, ବିଗ୍‌ ବସ୍‌ରେ ଅଂଶଗ୍ରହଣ କରିବା ପରେ ମୋତେ ଇଣ୍ଡଷ୍ଟ୍ରୀରେ ନିଜର ପରିଚୟ ତିଆରି କରିବାକୁ ସୁଯୋଗ ମିଳିଥିଲା। ଏବେ ମୁଁ ମଧ୍ୟ ଆପଣଙ୍କ ପରି ନିଜର ଜୀବିକା ପାଇଁ ସଂଘର୍ଷ କରିବାକୁ ପଡୁଛି।  ମୋତେ ବି ଅନ୍ୟଙ୍କ ପରି ପରିଶ୍ରମ କରିବାକୁ ପଡୁଛି।

ଲୋକଙ୍କୁ ଲାଗୁଛି ରୁପା ଚାମଚ ନେଇ ଜନ୍ମ ନେଇଛି

ସେ କହିଛନ୍ତି, ଲୋକଙ୍କୁ ଲାଗୁଛି ଯେ, ମୁଁ ରୁପାର ଚାମଚ ନେଇ ଜନ୍ମ ନେଇଛି ଏବଂ ମୋତେ ସହଜରେ କାମ ମିଳି ଯାଉଛି। ମାତ୍ର ଏମିତି କିଛି ନୁହେଁ। ମୁଁ କାହା ବିଷୟରେ କିଛି କହି ପାରିବି ନାହିଁ। ମୁଁ ନିଜ ବିଷୟରେ ବି କହି ପାରିବି ନାହିଁ। କାରଣ ମୁଁ କୁମାର ସାନୁଙ୍କ ପୁଅ। ନିଜର ପ୍ରକୃତ ପରିଚୟ ଦେଲେ ଲୋକେ ମୋତେ କାମ ଦେଉ ନାହାନ୍ତି। କାରଣ ଲୋକେ ଭାବୁଛନ୍ତି ଯେ, ମୁଁ ପୂର୍ବରୁ ସବୁ ପାଇ ସାରିଛି। ଅନ୍ୟ କାହାକୁ ସୁଯୋଗ ଦେବା ଉଚିତ୍। ଅନେକ ବର୍ଷ ଧରି ଏମିତି ମୋ ସହ ଚାଲିଥିଲା ବୋଲି ଜାନ କୁମାର ସାନୁ କହିଛନ୍ତି।

   Related Posts