ଜାମୁକୋଳି ଗଛରେ ଝୁଲୁଛି ବିବାହିତ ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | June 08, 2021 IST

ସୋର, ୦୮/୦୬ : ଯୁବକଙ୍କ ମୃତଦେହ ଉଦ୍ଧାର । ବିଲ ମଝିରେ ଥିବା ଜାମୁକୋଳି ଗଛରୁ  ଝୁଲନ୍ତା ଅବସ୍ଥାରେ ଜଣେ ବିବାହିତ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଖଇରା ଥାନା ରାଇଗଡିଆ ଗ୍ରାମର ବିଶ୍ୱନାଥ ଦାସ  ।

ତେବେ ମୃତ୍ୟୁର କାରଣ ଅସଷ୍ଟ ରହିଛି ।ମୃତକ ବିଶ୍ୱନାଥଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଥାନା ଦପା ଅଞ୍ଚଳର ହୋଇଥିଲା ବେଳେ ସେ  ବିବାହ ପରେ ଶଶୁର ଘରେ ରହୁଥିଲେ l ପାରିବାରିକ କଳହରୁ ମାନସିକ ଭାରସାମ୍ୟ ହରାଇ ସେ  ଆତ୍ମହତ୍ୟା କରିଥିବାର ଆଶଙ୍କା କରାଯାଉଛି ।

ସେ ସୋମବାର ରାତିରୁ ତାଙ୍କର କୌଣସି ପତ୍ତା ମିଳି ନଥିଲା । ବହୁ ଖୋଜଖୋଜି ପରେ ଗାଁରେ ଥିବା ଏକ ଜାମୁକୋଳି ଗଛରୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିଲା । ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.