ରାଜଧାନୀରେ ମାତିଲେ 'ଜମତରା' ଗ୍ୟାଙ୍ଗ୍ : ଗ୍ରାହକଙ୍କୁ ଫୋନ୍ କରି ଏଟିଏମ୍ ନମ୍ବର ମାଗୁଛନ୍ତି,କାର୍ଡ ଓ ଆକାଉଣ୍ଟ ବନ୍ଦ କରିବାକୁ ଦେଉଛନ୍ତି ଧମକ

Published By : Prameya-News7 Bureau | December 15, 2020 IST

ଭୁବନେଶ୍ବର ୧୫।୧୨: ରାଜଧାନୀରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ୍ । ଭିଡିଓ ଜାରି କରି ସତର୍କ କରାଇଲା କମିଶନରେଟ୍ ପୋଲିସ । ଝାଡ଼ଖଣ୍ଡର ଜମତରା ଗ୍ୟାଙ୍ଗ୍ ଏବେ ରାଜଧାନୀରେ ମାତିଛି । ନିଜକୁ ଏସବିଆଇ କର୍ମଚାରୀ ବୋଲି ପରିଚୟ ଦେଇ ଆକାଉଣ୍ଟ ବନ୍ଦ ହେବାର ଠକ ଧମକ ଦେଉଛନ୍ତି । ଗ୍ରାହକଙ୍କୁ ଫୋନ୍ କରି ଏଟିଏମର ୧୬ଟିକିଆ ନମ୍ବର ମାଗୁଛନ୍ତି ଠକ ।

ବିଭିନ୍ନ ଆଳ ଦେଖାଇ ତାଙ୍କୁ ଏଟିଏମ୍ ନମ୍ବର ଦେବାକୁ ପ୍ରୟାସ କରୁଛନ୍ତି ଠକ ଦଳ । ଏଟିଏମ୍ କାର୍ଡରେ ଲେଖାଥିବା ନମ୍ବର ନଦେଲେ ଉଭୟ କାର୍ଡ ଓ ଆକାଉଣ୍ଟକୁ ବନ୍ଦ କରି ଦିଆଯିବାର ଧମକ ଦେଉଛି । ଠକମାନେ ଲୁଟିବା ଯୋଜନା କରୁଥିବାର ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ କରାଇଛି ପୋଲିସ । ଏଭଳି ଫୋନ୍ କଲ୍ ଠାରୁ ଦୂରେଇ ରହିବାକୁ ପରମର୍ଶ ଦେଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.