Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||

ସୋପିଆନ ଏନକାଉଣ୍ଟର: ସେନା ଗୁଳିରେ ଟଳିଲେ ୩ ଆତଙ୍କବାଦୀ, ସର୍ଚ୍ଚ ଅପରେସନ ଜାରି

7/06/2020 at 3:27 PM

ଜାମ୍ମୁ ୦୭।୦୬:  ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାବଳଙ୍କ ଅଭିଯାନ ଜାରି ରହିଛି। ରବିବାର ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ପୋଲିସ ଓ ସୁରକ୍ଷାବଳ ଆତଙ୍କବାଦୀଙ୍କ ଘେରାବନ୍ଦୀ କରି ତିନି ଆତଙ୍କବାଦୀଙ୍କ ଏନକାଉଣ୍ଟର  କରିଛନ୍ତି। ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ମୃତ ଆତଙ୍କବାଦୀଙ୍କ ଚିହ୍ନଟ କରାଯାଉଛି। ଅଞ୍ଚଳରେ ଯେମିତି  କୌଣସି ଗୁଜବ ପ୍ରଚାରିତ ନହୁଏ ତାକୁ ଦୃଷ୍ଟିରେ ରଖି ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି।

ସୂଚନା ଅନୁଯାୟୀ ସୋପିଆନ ଜିଲ୍ଲାର ରେବନ ଗ୍ରାମରେ ଆତଙ୍କବାଦୀ ଛପି ରହିଥିବା ସେନାକୁ ସୂଚନା ମିଳିଥିଲା। ଏହା ପରେ ସୁରକ୍ଷାକର୍ମୀ ଓ ପୋଲିସ୍‌ ଟିମ୍‌ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ। ଆତଙ୍କବାଦୀଙ୍କୁ ଆତ୍ମ ସମର୍ପଣ କରିବାକୁ କହିଥିଲେ, ହେଲେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ ଆରମ୍ଭ କରିଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଦ୍ଵିପ୍ରହର ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ଶେଷ ସୁରକ୍ଷାକର୍ମୀ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। କାଶ୍ମୀର ପୋଲିସ ଅନୁଯାୟୀ ଅଞ୍ଚଳରେ ଏବେ ମଧ୍ୟ ଆହୁରି ଆତଙ୍କବାଦୀ ଛପି ରହିଛନ୍ତି। ତେଣୁ ଇଲାକାରୁ ସୁରକ୍ଷାକର୍ମୀ ଓ ପୋଲିସକୁ ହଟାଯାଇ ନାହିଁ। ସୁରକ୍ଷାକର୍ମୀ ମୃତ ଆତଙ୍କବାଦୀଙ୍କ ଶବ ଜବତ କରିଛନ୍ତି। ସେମାନଙ୍କ ଚିହ୍ନଟ ଜାରି ରହିଛି।

ଏନକାଉଣ୍ଟର ପରେ କୌଣସି ପ୍ରକାରର ଗୁଜବ ପ୍ରଚାରିତ ନହେଉ, ତେଣୁ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। କାଶ୍ମୀର ପୋଲିସ୍‌ କହିଛନ୍ତି, ଏହି ଅଭିଯାନରେ ସେନାର ୧-ଆରଆର, ସିଆରପିଏଫର ୧୭୮ ବାଟାଲିୟନ ଓ ଏସଓଜି ଯବାନ ସାମିଲ ଥିଲେ।

   Related Posts