Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଜାମ୍ମୁ କାଶ୍ମୀର ସମ୍ପର୍କରେ ବଡ଼ ନିଷ୍ପତ୍ତି : ହଟିବ ଧାରା ୩୭୦,ଲଦାଖ ହେବ ଅଲଗା , ଜାମ୍ମୁ କାଶ୍ମୀର ହେବ କେନ୍ଦ୍ର ଶାସିତ ଅଞ୍ଚଳ ,୭ରେ ପ୍ରଧାନମନ୍ତ୍ରୀ ଦେଶକୁ କରିବେ ସମ୍ବୋଧିତ

5/08/2019 at 11:35 AM

ନୂଆଦିଲ୍ଲୀ ୫/୮: ଦୀର୍ଘ ସପ୍ତାହେ ଧରି କାଶ୍ମୀରକୁ ନେଇ ଲାଗି ରହିଥିବା ସସପେନ୍ସର ଅବସାନ ଘଟିଛି। ଜାମ୍ମୁ କାଶ୍ମୀର ସମ୍ପର୍କରେ ମୋଦି ସରକାର ଏକ ଅଭୁତ ପୂର୍ବ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି।  ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଗୃହମନ୍ତ୍ରୀ ଅମିତ ଶାହ କାଶ୍ମୀର ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆଜି ସକାଳେ କ୍ୟାବିନେଟ ବୈଠକ ପରେ ରାଜ୍ୟସଭାରେ ବିବୃତି ରଖିଛନ୍ତି ଅମିତ ଶାହ। ପ୍ରବଳ ହଟ୍ଟଗୋଳ ଓ ବିରୋଧୀଙ୍କ ନାରାବାଜି ମଧ୍ୟରେ  ଜାମ୍ମୁ କାଶ୍ମୀରର ପୂର୍ନଗଠନ ଏବଂ ଜାମ୍ମୁ କାଶ୍ମୀରରୁ ୩୭୦ଧାରାର ଉଚ୍ଛେଦ ପାଇଁ ଅମିତ ଶାହ ପ୍ରସ୍ତାବ ରଖିଛନ୍ତି।

ଅମିତ ଶାହ ଏହି ପ୍ରସ୍ତାବ ରଖିବା ପରେ ଗୃହରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ କାଶ୍ମୀର ଘାଟିରେ ୪୦,୦୦୦ ଅତିରିକ୍ତ ସୈନ୍ୟ ମୁତୟନ ହୋଇଛନ୍ତି। ସରକାର ଏଭଳି ଏକ ନିଷ୍ପତି ନେଇଥିବାରୁ କାଶ୍ମୀର ଘାଟିରେ ଆନ୍ଦୋଳନ ଆଶଙ୍କା କରି ଏଭଳି ସୈନ୍ୟ ମୁତୟନ ହୋଇଥିବା ସ୍ପଷ୍ଟ ହୋଇଛି।

ଅମିତ ଶାହ ପାର୍ଲିଆମେଣ୍ଟରେ ଆଣିଥିବା ସଙ୍କଳ୍ପ ଅନୁସାରେ ଜାମ୍ମୁ କାଶ୍ମୀରରୁ ଲାଦାଖକୁ ଅଲଗା କରିବା ପାଇଁ ପ୍ରସ୍ତାବ ରହିଛି। ସେହିଭଳି ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାକୁ ଏକ ଐତିହାସିକ ଘଟଣା ବୋଲି ବର୍ଣ୍ଣନା କରାଯାଇଛି। ଆସନ୍ତା ୭ତାରିଖ ଦିନ ଏହି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ରାଜ୍ୟସଭାରେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ତୀବ୍ର ବିରୋଧ କରିଛନ୍ତି। ସେହିଭଳି ପିଡିପି ସଦସ୍ୟମାନେ ପୋଷାକ ଚିରି ବିରୋଧ ପ୍ରଦର୍ଶନ କରିଛନ୍ତି। ଗୁଲାମ ନବୀ ଆଜାଦ ରାଜ୍ୟସଭାରେ ଧାରଣାରେ ବସିଥିବାବେଳେ ତାଙ୍କୁ ମାର୍ଶାଲ ସେଥିରୁ କ୍ଷାନ୍ତ କରିଥିଲେ। ବିରୋଧୀ ସଦସ୍ୟମାନେ ଏହି ନିଷ୍ପତ୍ତିକୁ ଲଜ୍ଜା ବୋଲି କହି ଟେବୁଲ ପିଟୁଥିବା ଦେଖିବାକୁ ମିଳିଥିଲା।

   Related Posts