ବଦ୍‌ଲା ନେଲା ଭାରତୀୟ ସେନା, ସୋପିଆନ୍‌ରେ ୩ ଲସ୍କର ଆତଙ୍କୀ ନିହତ

Published By : Prameya-News7 Bureau | October 12, 2021 IST

ଶ୍ରୀନଗର ୧୨।୧୦: ପାଞ୍ଚ ଯବାନଙ୍କ ସହିଦ୍‌ର ପ୍ରତିଶୋଧ ନେଲା ଭାରତୀୟ ସେନା । ଜାମ୍ମୁ-କାଶ୍ମୀରର ସୋପିଆନ୍‌ରେ ଭାରତୀୟ ସେନା ୩ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜଣଙ୍କ ପରିଚୟ ମିଳିଛି । ସେ ଗାଂଦରବଳର ମୁଖତାର୍‌ ଶାହା ବୋଲି ଜଣାପଡିଛି । ସମସ୍ତ ନିହତ ଆତଙ୍କବାଦୀ ଲସ୍କର ସଂଗଠନ ସହିତ ଜଡିତ ଥିବାର ମଧ୍ୟ ସୂଚନା ମିଳିଛି । ଅନ୍ୟପଟେ ଘଟଣାସ୍ଥଳରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି ଭାରତୀୟ ସେନା ।

wp:html /wp:html

ଖବର ଅନୁଯାୟୀ, ଜାମ୍ମ-କାଶ୍ମୀରର ସୋପିଆନ୍‌ରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରସେନ୍‌ । ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନଟିକୁ ଚାରିପଟୁ ଘେରିଯାଇଥିଲେ ସେନା । ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ । କିନ୍ତୁ ଆତଙ୍କବାଦୀମାନେ ପାଲଟା ସେନା ଉପରକୁ ଗୁଳିମାଡ଼ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ଭାରତୀୟ ସେନା । ଦୀର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟର ୩ଜଣ ଲସ୍କର ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ନିହତ ଆତଙ୍କୀଙ୍କ ନିକଟରୁ ବନ୍ଧୁକ, ଗୁଳି ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ ହୋଇଛି । ଏହାସହିତ ଏବେ ବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ପୁଞ୍ଛ ଜିଲ୍ଲାର ଚମରେର ଜଙ୍ଗଲରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୫ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାପର ଠାରୁ ସେନା ବଦ୍‌ଲା ନେବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ମଙ୍ଗଳବାର ଦିନ ସୋପିଆନ୍‌ ଜିଲ୍ଲାରେ ୩ଜଣ ଆତଙ୍କୀଙ୍କୁ ନିହତ କରିଛନ୍ତି ଭାରତୀୟ ସେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.