କାଶ୍ମୀରରେ ଖୋଜିଖୋଜି ମାରୁଛି ସେନା, ବର୍ତ୍ତିବାଲାଗି ଏବେ ମାଟି ତଳେ ଲୁଚୁଛନ୍ତି ଆତଙ୍କବାଦୀ

Published By : Prameya-News7 Bureau | September 20, 2020 IST

ନୂଆଦିଲ୍ଲୀ ୨୦।୯: କାଶ୍ମୀର ଉପତ୍ୟାକାର ଉଚ୍ଚ ପାହାଡମାନଙ୍କରେ ଅଥବା ଲୋକଙ୍କ ଘରେ ଜୋର ଜବରଦସ୍ତ ଶରଣ ନେବା ଏବେ ଆତଙ୍କବାଦୀଙ୍କ ଲାଗି ଆଉ ସମ୍ଭବ ହେଉନି। ତେଣେ ସେନା ସେମାନଙ୍କୁ  ଶିକାରୀ କୁକୁର ଭଳି ପିଛା କରୁଛି। ଏଣୁ ଆତଙ୍କବାଦୀ ଏବେ ସୁଷ୍କ ନଦୀ ପଠା ଅଥବା ବଗିଚାରେ ବଙ୍କର କରି ଲୁଚୁଥିବାର ଚାଞ୍ଚଲ୍ୟକର ସୂଚନା ମିଳିଛି। ସେନା ଆତଙ୍କବାଦ ନିରୋଧ ୟୁନିଟି ୪୪ ରାଷ୍ଟ୍ରୀୟ ରାଇଫଲସର କର୍ଣ୍ଣେଲ ଏ.କେ.ସିଂହ ପ୍ରଥମ ଥର ଆତଙ୍କବାଦୀଙ୍କ ନୂଆ ଠିକଣା ସମ୍ପର୍କରେ ସୂଚନା ଦେଇଛନ୍ତି।

{"id":332444,"sizeSlug":"large"}

ସିଂହଙ୍କ ଅନୁସାରେ ସୋପିଆନ ଓ ପୁଲୱାମାରେ ଆତଙ୍କବାଦୀ ସେଓ ବାଗାନରେ ବଙ୍କର କରି ଲୁଚୁଥିବାର ଘଟଣା ଏବେ ପ୍ରାୟତଃ ସାମ୍ନାକୁ ଆସୁଛି।  ସେନାର ଏହି ୟୁନିଟି ସର୍ବାଧିକ ଆତଙ୍କବାଦୀଙ୍କ ନିପାତ, ଗିରଫ ଓ ଆତ୍ମସମର୍ପଣ କରାଇଛି। ମଜଭୁତ ଗୁଇନ୍ଦା ଯୋଗୁ ଆତଙ୍କବାଦୀ ଏବେ ଜନବସତି ଅଞ୍ଚଳରେ ଆତ୍ମଗୋପନ କରିବା ସୁରକ୍ଷିତ ମଣୁ ନାହାନ୍ତି। ସେନାର ଏହି ୟୁନିଟି ଏପର୍ଯ୍ୟନ୍ତ ୪୭ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବା ବେଳେ ୭ ଜଣଙ୍କୁ ଆତ୍ମସମର୍ପଣ କରାଇଛନ୍ତି। ତେବେ ଏଭଳି ସ୍ଥାନରେ ଏମାନଙ୍କୁ ଖୋଜି କାଢିବା ସବୁଠାରୁ ବଡ ଆହ୍ୱାନ ବୋଲି କର୍ଣ୍ଣେଲ ସିଂହ କହିଛନ୍ତି।

{"id":332446,"width":577,"height":330,"sizeSlug":"large"}

ସୋପିଆନ ଓ ପୁଲୱାମା ଆତଙ୍କବାଦୀଙ୍କ ଗଡ ହୋଇ ରହିଛି। ଏଠାରେ ପ୍ରଥମେ ବଙ୍କର ଦେଖାଯିବା ପରେ ସେନା ଆତଙ୍କବାଦ ଅଭିଯାନକୁ ନୂଆ କରି ସମୀକ୍ଷା କରିଥିଲା। ସୁରକ୍ଷାବଳଙ୍କ ଅଗୋଚରରେ ଏଭଳି ସ୍ଥାନରେ ଆତଙ୍କବାଦୀ ବେଶ ସୁରକ୍ଷିତ ରହିପାରନ୍ତି ବୋଲି ସେନା ଜାଣିବା ପରେ ଏପରି ସ୍ଥାନ ସବୁର ଯାଞ୍ଚ ଆରମ୍ଭ କରିଥିଲା। ଏଥିରେ ଆତଙ୍କବାଦୀ ସେନା ନଜରରୁ ବର୍ତ୍ତିବା ଲାଗି ନଦୀ ମଝିରେ ବଙ୍କର କରି ରହିଥିବାର ମଧ୍ୟ ଜଣାପଡିଥିଲା। ଏହି ସବୁ ବଙ୍କର ଉପରେ ସତର୍କ ନଜର ରଖାଯିବା ପରେ ଗୋଟିଏ ବଙ୍କର ନିକଟରେ ୫ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.