ଜାମ୍ମୁ କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ୟୁପି-ବିହାରର ୨ ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

Published By : Prameya-News7 Bureau | October 16, 2021 IST

ଶ୍ରୀନଗର ୧୬/୧୦: ଜାମ୍ମୁ କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ। ପୁଣି ଥରେ ଆତଙ୍କବାଦୀମାନେ ବିହାର ଏବଂ ଉତ୍ତରପ୍ରଦେଶର  ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି । ଆତଙ୍କବାଦୀ ଶନିବାର ଶ୍ରୀନଗରର ଇଦଗାହ ଅଞ୍ଚଳରେ ଗୁପଚୁପ ବିକ୍ରି କରୁଥିବା ଜଣେ ବିହାରର ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଅନ୍ୟପଟେ ପୁଲଓ୍ବାମାରେ ଆତଙ୍କବାଦୀ ସାଗିର ଅହମଦଙ୍କୁ ଗୁଳି କରି ଦେବା ଫଳରେ ସେ ଗୁରୁତର ହୋଇଥିଲେ ।ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି।

ଗୁପଚୁପ ବିକାଳୀଙ୍କ ନାଁ ଅରବିନ୍ଦ କୁମାର ଶାହା। ଏହି ଘଟଣା ପରେ ସୁରକ୍ଷାବଳ ଅଞ୍ଚଳରେ ସର୍ଚ୍ଚ ଆପରେସନ ଆରମ୍ଭ କରିଛନ୍ତି। କାଶ୍ମୀରର ବରିଷ୍ଠ ପୋଲିସ ଅଧିକାରୀ ବିଜୟ କୁମାର କହିଛନ୍ତି, ‘ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆତଙ୍କବାଦୀ ଜଣେ ଅଣ ସ୍ଥାନୀୟ ବିକ୍ରେତା ଅରବିନ୍ଦ କୁମାରଙ୍କ ହତ୍ୟା କରିଛନ୍ତି।’

୨୪ ଘଣ୍ଟାରେ ୩ କୁଖ୍ୟାତ ଆତଙ୍କବାଦୀଙ୍କ ନିପାତ କରିଥିବା ନେଇ ଜାମ୍ମୁ କାଶ୍ମୀର ପୋଲିସ ଦାବି କରୁଥିବା ବେଳେ ଆଜି ପୁଣି ଦୁଇ ନିରୀହଙ୍କ ଜୀବନ ନେଇଛନ୍ତି ଆତଙ୍କବାଦୀ । ଦୁଇ ନାଗରିକଙ୍କ ମୃତ୍ୟୁ ଘଟଣାକୁ ନିନ୍ଦା କରିଛନ୍ତି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.