ଜାମ୍ମୁ କାଶ୍ମୀର ରାଜନୀତିରେ ଝଡ ! ପିଡିପି ସହ ସଂପର୍କ ଚ୍ଛିନ୍ନ କଲା ବିଜେପି

Published By : Prameya-News7 Bureau | June 19, 2018 IST

ସଂକଟରେ ଜାମ୍ମୁ-କାଶ୍ମୀର ସରକାର । ମେହେବୁବା ମୁଫତିଙ୍କ ନେତୃତ୍ୱାଧିନ ପିଡିପି ସହ ସଂପର୍କ ଚ୍ଛିନ୍ନ କଲା ବିଜେପି । ମେହେବୁବା ମୁଫତି ସରକାରରୁ ଓହରିବାକୁ ବିଜେପିର ଘୋଷଣା ପରେ ପୁଣି ରାଜନୈତୀକ ଅସ୍ଥିରତା ଭିତରକୁ ଠେଲି ହୋଇଯାଇଛି ଆତଙ୍କବାଦ ଅଶାନ୍ତ ଜାମ୍ମୁ-କାଶ୍ମୀର । ଦିଲ୍ଲୀରେ ବିଜେପି ସଭାପତି ଅମିତ ଶାହଙ୍କ ସହ ଜାମ୍ମୁ କାଶ୍ମୀରର ବିଜେପି ନେତାଙ୍କ ବୈଠକ ପରେ ମେଣ୍ଟ ଭଙ୍ଗ ଘୋଷଣା କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ରାମ ମାଧବ ପିଡିପି ସହ ସଂପର୍କ ଭଙ୍ଗର ଘୋଷଣା କରି କହିଛନ୍ତି, ବର୍ତ୍ତମାନର ସ୍ଥିତିରୁ ଜାଜାମୁ କାଶ୍ମୀରରେ ମେଣ୍ଟ ସରକାରରେ ରହିବା ବିଜେପି ପାଇଁ ସମ୍ଭବ ନୁହେଁ । ବିଜେପିର ଏହି ଘୋଷଣା ସହ ଜାମ୍ମୁ-କାଶ୍ମୀର ସରକାରରେ ଥିବା ବିଜେପି ମନ୍ତ୍ରୀ ମାନେ ରାଜ୍ୟପାଳଙ୍କୁ ସେମାନଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ଜଣାଯାଇଛି । ଏହା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରିଛି ବିଜେପି । ୨୦୧୫ ରେ ମେହେବୁବା ମୁଫତିଙ୍କ ନେତୃତ୍ବରେ ଜାମ୍ମୁ-କାଶ୍ମୀରରେ ପିଡିପି- ବିଜେପି ମେଣ୍ଟ ସରକାର ଗଠିତ ହୋଇଥିଲା । ୨୦୧୫ ବିଧାନସଭା ନିର୍ବାଚନରେ ଜାମ୍ମୁ କାଶ୍ମୀରରେ ଝୁଲା ବିଧାନସଭା ସ୍ଥିତି ହେବା ପରେ ମେଣ୍ଟସରକାର ଗଠନ ନେଇ ପିଡିପି-ବିଜେପି ବୁଝାମଣା ହେଇଥିଲା ।କିନ୍ତୁ ଏବେ ରମଜାନ ଅସ୍ତ୍ରବିରତୀ ଏବଂ ରାଜ୍ୟରେ ସାନି ଆତଙ୍କବାଦୀ ହିଂସା କାରଣରୁ ସୃଷ୍ଟି ମତପାର୍ଥ୍ୟକ୍ୟରୁ ମେଣ୍ଟ ଭାଙ୍ଗିଥିବା ମନେ ହେଉଛି । ପିଡିପି ନେତ୍ରୀ ରମଜାନ ଅସ୍ତ୍ରବିରତୀ ବୃଦ୍ଧି ଲାଗି ଦାବି କରୁଥିଲେ । କିନ୍ତୁ ସେଥିରେ ସହମତ ନଥିଲେ କେ୍ଦ୍ରର ବିଜେପି ସରକାର । ଜାମ୍ମୁକାଶ୍ମୀରରେ ହିଂସା, ପାକ୍ ସମର୍ଥୀତ ଅନୁପ୍ରବେଶ ସହ ବାରମ୍ବାର ପାକିସ୍ତାନର ଅସ୍ତ୍ରବିରତୀ ଉଲଂଘନ ସହ ସୀମା ଆରପଟୁ ଗୁଳି ବର୍ଷା ପାଇଁ ଅଶାନ୍ତି ବଢି ଚାଲିଥିଲା । ସାମ୍ବାଦିକ ସୁଜାତ ବୁଖାରିଙ୍କ ହତ୍ୟା ସହ ଯବାନ ୱରଙ୍ଗଜେବ୍ କୁ ହିଜବୁଲ ଆତଙ୍କୀଙ୍କ ହତ୍ୟାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏନଡିଏ ସରକାରକୁ ବିରୋଧିଙ୍କ ସହ ସହଯୋଗୀ ମଧ୍ୟ ସମାଲୋଚନା କରିଥିଲେ । ତେଣୁ ଶେଷରେ ଅମିତ ଶାହା ମାଷ୍ଟର ଷ୍ଟ୍ରୋକ୍ ମାରିବାକୁ ବାଧ୍ୟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.