Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ଜମ୍ମୁକାଶ୍ମୀରରେ ଆତଙ୍କୀ ହମ୍‌ଲା ଯୋଜନା ପଣ୍ଡ : ଏକେ-୪୭, ଗୋଳାବାରୁଦ ବୋଝେଇ ଟ୍ରକ୍ ସହ ୩ ଆତଙ୍କବାଦୀ ଗିରଫ

12/09/2019 at 12:26 PM

ଲଖନପୁର ୧୨।୯: ପଞ୍ଜାବ-ଜମ୍ମୁକାଶ୍ମୀର ବର୍ଡର ଲଖନପୁରରୁ ୩ ଆତଙ୍କବାଦୀଙ୍କୁ ଗିରଫ କରିଛି ଜମ୍ମୁକାଶ୍ମୀର ପୋଲିସ । ସେମାନଙ୍କ ନିକଟରୁ ଏକେ-୪୭ ରିଭଲଭର ମଧ୍ୟ ଜବତ ହୋଇଛି ।

ଗୋଟିଏ ଟ୍ରକରେ ଆତଙ୍କବାଦୀମାନେ ବନ୍ଧୁକ ନେଇ ଯାଉଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀମାନେ ସଂପୃକ୍ତ ଟ୍ରକ୍ କୁ ଅଟକାଇବା ସହ ୩ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ନେଇ ଯାଉଥିବା ଟ୍ରକ୍ କୁ ଜବତ କରାଯାଇଛି ।

ଏହା ପୂର୍ବରୁ ସୁରକ୍ଷାକର୍ମୀ ବୁଧବାର ଦିନ ଲସ୍କର-ଏ-ତୋଇବାର ଆତଙ୍କବାଦୀ ଆସିଫକୁ ଏନକାଉଣ୍ଟର କରିଥିଲେ । ଜମ୍ମୁକାଶ୍ମୀରସୋପୋରରେ ଆତଙ୍କବାଦୀ ଲୁଚିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିଲେ ସୁରକ୍ଷାକର୍ମୀ । ଫଳରେ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଆସିଫକୁ ଏନକାଉଣ୍ଟର କରିଥିଲେ ।

   Related Posts