Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କାଶ୍ମୀରରେ ଆକ୍ରମଣର ଧାରା ବଦଳିବା ପରେ ରଣନୀତି ବଦଳାଇଲା ସୁରକ୍ଷା ବାହିନୀ, ସପ୍ତାହକର ଗଡିଲାଣି ଟପ୍ ୯ ଆତଙ୍କବାଦୀ ଜୀବନ

14/10/2021 at 2:37 PM

ଶ୍ରୀନଗର,୧୪।୧୦: ଜମ୍ମୁ-କଶ୍ମୀରରେ ଅପରେସନ୍‌ ଅଲ୍‌ ଆଉଟ୍‌କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କୁ ମିଳିଛି ଏହି ବଡ଼ ସଫଳତା । ଗୋଟିଏ ସପ୍ତାହରେ ଗଡିଲାଣି ୯ ଆତଙ୍କବାଦୀଙ୍କ ମୁଣ୍ଡ । ମୃତ ଆତଙ୍କବାଦୀମାନେ ମୋଷ୍ଟ ଓ୍ବାଣ୍ଟେଡ୍‌ ତାଲିକାରେ ରହିଥିଲେ ।

ଅକ୍ଟୋବର ୮ରେ ସୋପିଆନ୍‌ରେ ହିଜିବୁଲ ମୁଜାହିଦ୍ଦିନ୍‌ ସଦସ୍ୟ ଅକିବ ବଶିରଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା । ଅକ୍ଟୋବର ୧୧ରେ ବନ୍ଦିପୋରାରେ ଳଶ୍କର-ଇ-ତୋଇବା ଆତଙ୍କବାଦୀ ଇମତିଆଜ୍‌ ଅହମ୍ମଦ ଡାର ଏବଂ ଅନନ୍ତନାଗରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ପାଓ୍ବର ଗନି ଡାରଙ୍କ ମୃତ୍ୟୁ ହୋଇଥିଲା ।

ସେହିପରି ଅକ୍ଟୋବର ୧୨ରେ ସୋପିଆନ୍‌ରେ ଲଶ୍କର ଆତଙ୍କବାଦୀ ଦାନିଶ ହୁସେନ୍‌ ଡାର, ହିଜିବୁଲ୍‌ ଆତଙ୍କବାଦୀ ପାଓ୍ୱାର ହସନ ନାଇକ ଏବଂ ଖୁବୈବ୍‌ ଅହମ୍ମଦ ନେଙ୍ଗରୁ, ଲଶ୍କର-ଟିଆରଏଫ୍‌ ଆଙ୍କବାଦୀ ମୁଖତାର ଅହମ୍ମଦ ଶାହା ଏବଂ, ଉବେଦ ଅହମ୍ମଦ ଡାରଙ୍କ ମୃତ୍ୟୁ ଏନ୍‌କାଉଣ୍ଟରରେ ହୋଇଥିଲା ।

   Related Posts