Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଜାମ୍ମୁ-କାଶ୍ମୀରରେ ବଡ ଆତଙ୍କୀ ହମଲା, ସିଆରପିଏଫର ୩ ଯବାନ ସହିଦ, ୩ ସୁରକ୍ଷାକର୍ମୀ ଆହତ

18/04/2020 at 6:06 PM

ଜାମ୍ମୁ ୧୮।୦୪: ଜାମ୍ମୁ-କାଶ୍ମୀରର ବାରାମୂଲା ଜିଲ୍ଲାର ସୋପୋରରେ ବଡ ଆତଙ୍କୀ ଆକ୍ରମଣ ଘଟିଛି। ଏଥିରେ ସିଆରପିଏଫର ୩ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆତଙ୍କବାଦୀ ସୋପୋରରେ ସିଆରପିଏଫ ଓ ପୋଲିସର ମିଳିତ ଟିମ୍ ଉପରେ ଆକ୍ରମଣ କରିଛନ୍ତି।

ସୂଚନା ଅନୁଯାୟୀ ଅହଦ ବାବା ଛକ ନିକଟରେ ନୁରବାଗରେ ସିଆରପିଏଫ ଓ ପୋଲିସର ମିଳିତ ଟିମ୍ ଉପରେ ଆତଙ୍କବାଦୀ ଅନେକ ରାଉଣ୍ଡ ଗୁଳି ମାଡ କରିଛନ୍ତି। ଏହି ଘଟଣାରେ ଅନେକ ଲୋକ ମଧ୍ୟ ଆହତ  ହୋଇଛନ୍ତି।

ସିଆରପିଏଫ ଓ ପୋଲିସର ମିଳିତ ଟିମ୍ ଅଞ୍ଚଳରେ ଆତଙ୍କବାଦୀଙ୍କ ସନ୍ଧାନ ପାଇଁ ଘେରାବନ୍ଦୀ କରି ତଲାସି ଅଭିଯାନ ଚଳାଇଥିଲେ। ଏହି ସମୟରେ ଆତଙ୍କବାଦୀ ଏହି ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ସିଆରପିଏଫର ଏକ ଛିଡା ଗାଡିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସମସ୍ତ ଆହତ  ଯବାନଙ୍କୁ ତୁରନ୍ତ ଏସଡିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ପରେ ପୂରା ଇଲାକାରେ ସର୍ଚ୍ଚ ଅପରେସନ  ଜୋରଦାର କରାଯାଇଛି।

   Related Posts