ଜମ୍ମୁ-କଶ୍ମୀର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା, ବର୍ଷେ ପର୍ଯ୍ୟନ୍ତ ବିଜୁଳି ଓ ପାଣି ବିଲ୍ ଉପରେ ୫୦ ପ୍ରତିଶତ ରିହାତି

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯/୦୯: କରୋନା ମହାମାରୀ ଯୋଗୁ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଜମ୍ମୁ-କଶ୍ମୀର ପାଇଁ ଜମ୍ମୁ କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିଂହ୍ନା ୧,୩୫୦ କୋଟି ଟଙ୍କା ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି।

ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କାରବାର ପାଇଁ ୧,୩୫୦ କୋଟି ଟଙ୍କା ଆର୍ଥିକ ପ୍ୟାକେଜ ଘୋଷଣା କରି ଖୁସି ଅନୁଭବ କରିଥିବା ସିହ୍ନା କହିଛନ୍ତି। ଏହା ବ୍ୟବସାୟୀଙ୍କୁ ସୁବିଧା ଦେବା ପାଇଁ ତାଙ୍କ ଦ୍ବାରା କରାଯାଇଥିବା ଆତ୍ମନିର୍ଭର ଭାରତ ଓ ଅନ୍ୟ ସୁବିଧା ଲାଭର ଅତିରିକ୍ତ ସୁବିଧା । ଏହା ବ୍ୟତୀତ ରାଜ୍ୟପାଳ ବିଜୁଳି ଓ ପାଣି ବିଲ ଉପରେ ମଧ୍ୟ ବଡ଼ ଘୋଷଣା କରିଛନ୍ତି। ବର୍ଷେ ପର୍ଯ୍ୟନ୍ତ ଏହା ଉପରେ ୫୦ ପ୍ରତିଶତ ରିହାତି ଘୋଷଣା କରାଯାଇଛି।

wp:core-embed/twitter {"url":"https://twitter.com/ANI/status/1307198558282498048","type":"rich","providerNameSlug":"twitter","className":""}
https://twitter.com/ANI/status/1307198558282498048
/wp:core-embed/twitter

ଉପରାଜ୍ୟପାଳ ସିହ୍ନା କହିଛନ୍ତି ବର୍ତମାନର ଆର୍ଥିକ ବର୍ଷରେ ଛଅ ମାସ ପାଇଁ ବିନା କୌଣସି ସର୍ତରେ କାରବାର ସମୁଦାୟର ଉଧାର ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପାଞ୍ଚ ପ୍ରତିଶତ ସୁଧ ଦେବା ନିଷ୍ପତି ନିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.