Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଆତଙ୍କବାଦୀଙ୍କ ବର୍ବରତା, ଗୁପ୍‌ଚୁପ୍ ବିକାଳିଙ୍କୁ ବି ଛାଡିଲେନି: ଦୁଇ ସାଧାରଣ ଲୋକଙ୍କୁ ନିର୍ମମ ହତ୍ୟା

17/10/2021 at 9:20 AM

ଶ୍ରୀନଗର ୧୭/୧୦: ଜାମ୍ମୁ କାଶ୍ମୀରରେ ଥମୁନି ଆତଙ୍କୀ ହମଲା । ଆତଙ୍କବାଦୀଙ୍କ ଟାର୍ଗେଟର ଶିକାର ହୋଇଛନ୍ତି ସାଧାରଣ ଲୋକେ । ଏଥର ଗୁପଚୁପ୍‌ ବିକ୍ରେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ । ମୃତକ ୨ ଜଣ କାଶ୍ମୀରର ନୁହଁନ୍ତି । ତଥାପି ଆତଙ୍କୀଙ୍କ ଟାର୍ଗେର ଶିକାର ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଜଣେ ବିହାରର ଗୁପଚୁପ ବିକାଳି ଓ ଅନ୍ୟ ଜଣ ଉତ୍ତର ପ୍ରଦେଶର କାର୍ପେଣ୍ଟର ।

ଏନେଇ ସ୍ପଷ୍ଟ କରିଛି କାଶ୍ମୀର ଜୋନ୍ ପୋଲିସ । ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ବିହାରର ବାସିନ୍ଦା ଅରବିନ୍ଦ ଦୀର୍ଘ ଦିନ ଧରି ଶ୍ରୀନଗରରେ ଗୁପଚୁପ ବିକ୍ରି କରୁଥିଲେ । ସେହିଭଳି ୟୁପିର ସାଗିର ପୁଲୱାମାର ଏକ ସିମିମିଲରେ କାର୍ପେଣ୍ଟର ଭାବରେ କାର୍ଯ୍ୟରତ ଥିଲେ ।

ସୂଚନା ଅନୁସାରେ ବିହାରୀ ଗୁପଚୁପ ବିକାଳୀ ଅରବିନ୍ଦ କୁମାରଙ୍କୁ ଶ୍ରୀନଗରରେ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରାଯାଇଥିବାବେଳେ ୟୁପିର କାର୍ପେଣ୍ଟର ସାଗିର ଅହମ୍ମଦଙ୍କୁ ପୁଲଓ୍ୱାମାରେ ଗୁଳି କରାଯାଇଛି । ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରି ତନାଘନା ଜାରି ରଖିଛନ୍ତି । ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଦ୍ୱାରା ମୋଟ ୯ ଜଣସାଧାରଣଙ୍କ ହତ୍ୟା କରାଯାଇଛି ।

ଅନ୍ୟପଟେ ଉପତ୍ୟକାରେ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରିଥିବା ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ସୁରକ୍ଷା କର୍ମୀ । ଶ୍ରୀନଗରରେ ହୋଇଥିବା ଦୁଇଟି ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀମାନେ ଲସ୍କର-ଏ-ତଏବା ସଂଗଠନ ସହ ଜଡ଼ିତ ରହିଥିବା ସୂଚନା ମିଳିଥିବାବେଳ ଆଜିର ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍ ଦାୟୀ ଥିବାର ସୂଚନା ମିଳିଛି । ପୋଲିସ କହିବା ଅନୁସାରେ, ପ୍ରବାସୀ ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ସହିତ ରେଡ ଆଲର୍ଟ ଜାରି କରାଯାଇଛି ।

ସହରରେ ପୋଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ଘଟଣାକୁ ନେଇ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଟୁଇଟ୍ କରି ସୂଚନା ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି, “ଆଜି ଶ୍ରୀନଗରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଗୁପଚୁପ୍ ବିକ୍ରେତା ଅରବିନ୍ଦ କୁମାରଙ୍କ ହତ୍ୟାକୁ ଦୃଢ ନିନ୍ଦା କରିଛନ୍ତି । ଏହି ଘଟଣାରେ ଜଣେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇ ତାଙ୍କୁ ହତ୍ୟା କରାଯାଇଛି ଯାହା ଅତି ନିନ୍ଦନୀୟ ଅଟେ ।

   Related Posts