ଜାମ୍ମୁ-କାଶ୍ମୀର ଶୋପିଆନ୍ ସେକ୍ଟରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ୩ ରୁ ୪ ଆତଙ୍କୀ ଘେରାବନ୍ଦୀ !

Published By : Prameya-News7 Bureau | December 25, 2020 IST

ଜାମ୍ମୁ ୨୫/୧୨ : ଶୋପିଆନ୍ ଜିଲ୍ଲାର କୈଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ୩ ରୁ ୪ ଜଣ ଆତଙ୍କବାଦୀଙ୍କୁ ଘେରାବନ୍ଦୀ ହୋଇଥିବା ଖବର ମିଳିଛି । ଆଖପାଖ ଅଞ୍ଚଳକୁ ସିଲ କରିଦିଆଯାଇଛି । ଉଭୟ ପକ୍ଷରୁ ପ୍ରବଳ ଗୁଳିମାଡ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାର କୈଗାମ୍ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ୩ ରୁ ୪ ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିମାଡ କରିବା ଆରମ୍ଭ କରିଦେଇଥିଲେ । ପାଲଟା ଆକ୍ରମଣରେ ସୁରକ୍ଷାକର୍ମୀ ମଧ୍ୟ ସେମାନଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ।

ଏହା ପୂର୍ବରୁ ଜାମ୍ମୁ-କାଶ୍ମୀରର ବାରାମୁଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନର କମାଣ୍ଡର ସମେତ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଆତଙ୍କବାଦୀଙ୍କ ସହିତ ସୁରକ୍ଷାକର୍ମୀଙ୍କ ଅପରେସନ ଲଗାତାର ଭାବେ ଜାରି ରହିଛି । ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀଙ୍କର ଅନେକ ପ୍ଲାନ୍‌କୁ ପଣ୍ଡ କରିଛି ଭାରତୀୟ ସେନା । ସେପଟେ ପାକିସ୍ତାନ ଲଗାତାର ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି ।

ପାକିସ୍ତାନ ପ୍ରାୟୋଜିତ ବିଭିନ୍ନ ଆତଙ୍କବାଦୀ ସଂଗଠନ ଲଗାତାର ଭାବେ ଭାରତରେ ପ୍ରବେଶ କରି ଆକ୍ରମଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଭାରତୀୟ ସେନା ସତର୍କତାର ସହ ଏହାର ମୁକାବିଲା କରିବା ସହ ଲଗାତାର ଭାବେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.