Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||

ଜମ୍ମୁ-କାଶ୍ମୀର ଜିଲ୍ଲା ବିକାଶ ପରିଷଦ ନିର୍ବାଚନ : ପ୍ରାରମ୍ଭିକ ପର୍ଯ୍ୟାୟରେ ଆଗରେ ବିଜେପି, ପଛରେ ରହିଗଲା ଗୁପକାର ମେଣ୍ଟ

22/12/2020 at 11:59 AM

ଶ୍ରୀନଗର,୨୨/୧୨ :   ଜମ୍ମୁ-କାଶ୍ମୀରରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି । ମୋଟ୍ ୨୮୦ଟି ଆସନରେ ଭୋଟ୍ ଗଣତି ଆରମ୍ଭ ହୋଇଛି । ଏହି ନିର୍ବାଚନରେ ବିଜେପି ବଡ ବିଜୟ ଅଭିମୁଖେ ଗତି କରୁଛି । ପ୍ରାରମ୍ଭିକ ସ୍ତରରେ ବିଜେପି ଆଗରେ ରହିଛି । ଏଠାରେ ବିଜେପି ଓ କାଶ୍ମୀରର ବିଭିନ୍ନ ଦଳକୁ ନେଇ ଗଠିତ ମେଣ୍ଟ ଗୁପକାର ମଧ୍ୟରେ ମୁକାବିଲା ହେଉଛି ।

ଏବେସୁଦ୍ଧା ୨୮୦ଟି ଆସନରୁ ୭୭ଟି ଫଳ ସାମ୍ୱାକୁ ଆସିଛି । ଏାହମଧ୍ୟରୁ ମେଣ୍ଟ ୧୯ଟି ଆସନରେ ବିଜୟ ଲାଭ କରିଥିବା ବେଳେ ବିଜେପି ୨୯ଟି ଆସନରେ ଜିତିଛି । କଂଗ୍ରେସ ଖାତାକୁ ୬, ଜେକେଏପି ୪ ଓ ଅନ୍ୟ ଦଳର ଖାତାକୁ ୭ଟି ଆସନ ଯାଇଛି । ତେବେ ଏନସି ଗୋଟିଏ ଆସନ ଜିତିଯାଇଛି ।

ଜମ୍ମୁ କ୍ଷେତ୍ରରେ ବିଜେପି ଆଗୁଆ ରହିଛି । ଏବୁସଦ୍ଧା ଦଳ ୨୧, ଗୁପକାର ୬, କଂଗ୍ରେସ ୯ ଓ ଅନ୍ୟମାନେ ୧୮ଟି ଆସନ ଜିତିଛନ୍ତି । ଏହି ସଂଖ୍ୟା ଆଗକୁ ପରିବର୍ତ୍ତନ ହୋଇପାରେ । କାରଣ ଏବେବି ଭୋଟ୍ ଗଣତି ଜାରି ରହିଛି ।

ସେହିପରି କାଶ୍ମୀର କ୍ଷେତ୍ରରେ ଗୁପକାର ପାର୍ଟି ୮ଟି ଓ ବିଜେପି  ୫ଟିରେ ବିଜୟ ଲାଭ କରିଛନ୍ତି । ଅନ୍ୟ ଆସନରେ ବୋଟ ଗଣତି ଜାରି ରହିଛି ।

   Related Posts