Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଶ୍ରୀନଗରରେ ବିଜେପିର ବାଜିମାତ୍ : ଜିତିଲେ ଏଜାଜ୍ ହୁସେନ୍, ରାଜ୍ୟରେ ଆଗରେ ରହିଛି ଗୁପକାର ମେଣ୍ଟ

22/12/2020 at 3:36 PM

ଶ୍ରୀନଗର ୨୨/୧୨ : ଜାମ୍ମୁ-କାଶ୍ଚୀର ଜିଲ୍ଲା ବିକାଶ ପରିଷଦ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ୮ଟି ପର୍ଯ୍ୟାୟରେ ମୋଟ ୨୮୦ ସିଟ୍‌ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯାହାର ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି । ଜାମ୍ମୁ-କାଶ୍ଚୀରରୁ ଧାରା ୩୭୦ ହଟିବା ପରେ ଏହା ପ୍ରଥମ ନିର୍ବାଚନ ।

ଭୋଟ ଗଣତିର ପ୍ରଥମ ପର୍ଯ୍ୟାୟରେ ବିଜେପି ଆଗରେ ରହିଥିବା ବେଳେ ବର୍ତ୍ତମାନ କିନ୍ତୁ ଗୁପକାର ମେଣ୍ଟ ଆଗରେ ଥିବା ଦେଖିବାକୁ ମିଳିଛି । ତାଜା ସୂଚନା ଅନୁଯାୟୀ ଗୁପକାର ମେଣ୍ଟ ୮୮ଟି ସିଟ୍‌ରେ ଆଗରେ ଥିବା ବେଳେ ୪ଟି ସିଟ୍‌ରେ ବିଜୟ ହାସଲ କରିଛି । ସେହିଭଳି ବିଜେପି ୪୬ଟି ସିଟ୍‌ରେ ଆଗରେ ଚାଲିଥିବା ବେଳେ ଜଣେ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । କଂଗ୍ରେସର ୨୧ ପ୍ରାର୍ଥୀ, ଜେକେଏପି ୮ଟି ଏବଂ ଅନ୍ୟମାନେ ୪୩ଟି ସିଟ୍‌ରେ ଆଗରେ ଅଛନ୍ତି । ପୂର୍ବରୁ କାଶ୍ଚୀରରେ ଖାତା ଖୋଲି ପାରିନଥିବା ବିଜେପି ଏଥର କିନ୍ତୁ ବିଜୟ ହାସଲ କରିଛି । ବିଜେପି ପକ୍ଷରୁ ଏଜାଜ୍ ହୁସେନ୍‌ ବିଜୟ ହାସଲ କରିଛନ୍ତି ।

ଜାମ୍ମୁ-କାଶ୍ଚୀର ଡିଡିସି ନିର୍ବାଚନ ପାଇଁ ବିଜେପି ପ୍ରଭାରୀ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଭୋଟ ନଦେବା ପାଇଁ ଲୋକଙ୍କୁ ଧମକାଯାଇଥିଲା କିନ୍ତୁ ସେମାନେ ଭୋଟ ଦେବା ପାଇଁ ବିପୁଳ ସଂଖ୍ୟାରେ ପହଞ୍ଚିଥିଲେ । ଏହାକୁ ଲୋକତନ୍ତ୍ରର ବିଜୟ ବୋଲି କହିଛନ୍ତି ଅନୁରାଗ ଠାକୁର ।

   Related Posts