ଘରୁ ଲୁଚି ଆସି ବିହାରରେ ରହୁଥିବା ୩ସନ୍ତାନଙ୍କ ବାପାଙ୍କୁ ବିବାହ କଲେ କାଶ୍ମିରୀ ଯୁବତୀ , ଆଗରୁ ବି ଦୁଇ କାଶ୍ମୀରୀ ଝିଅ ଲୁଚି ଆସି ବିହାରରେ କରିଥିଲେ ବିବାହ…

Published By : Prameya-News7 Bureau | September 04, 2019 IST

ପାଟନା ୪/୯: ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଜଣେ କାଶ୍ମୀରୀ ଯୁବତୀ ଘରୁ ଲୁଚି ଆସି ଅନ୍ୟ ରାଜ୍ୟର ଯୁବକଙ୍କୁ ବିବାହ କରିବା ଘଟଣା ସାମନାକୁ ଆସିଛି। ଏହି ଘଟଣାଟି ଘଟିଛି ବିହାରରେ। ସୁପୌଲରେ ରହୁଥିବା ରାଜ ମିସ୍ତ୍ରୀଙ୍କୁ ଭଲ ପାଉଥିବା କାଶ୍ମୀର ଘାଟୀର ଯୁବତୀ ଅନନ୍ତନାଗରୁ ତାଙ୍କ ସହ ଘରୁ ଲୁଚି ବିହାର ଆସିଥିଲେ ଏବଂ ବିବାହ କରିବା ପରେ ପୁଣି ଥରେ ଫେରାର ହୋଇଯାଇଛନ୍ତି। ଦୁଇଟି ରାଜ୍ୟର ପୋଲିସ୍ ଏବେ ତାଙ୍କୁ ଖୋଜୁଛି।

ସୂଚନାଯୋଗ୍ୟ ଯେ, ସପ୍ତାହେ ପୂର୍ବରୁ ଦୁଇ ଜଣ କାଶ୍ମୀରୀ ଯୁବତୀଙ୍କୁ ମଧ୍ୟ ପୋଲିସ୍ ଏଠାରୁ ଉଦ୍ଧାର କରି କାଶ୍ମୀର ନେଇଯାଇଥିଲା । ଏହି ଦୁଇ କାଶ୍ମୀର ଯୁବତୀ ଯମଜ ଭାଇଙ୍କୁ ବିବାହ କରି ସୁପୌଲରେ ରହୁଥିଲେ।

ଏହି ନୂଆ ମାମଲା ମଧ୍ୟ ସୁପୌଲର ରାଧୋପୁର ଥାନା ଅଞ୍ଚଳର ଇଟାଓ୍ବା ଗାଁରେ ଘଟିଛି। ଏବେ ଯାଏଁ ୩ଜଣ ଯୁବତୀ ପ୍ରେମ ବ୍ୟାପାରରେ କାଶ୍ମୀର ଘାଟୀରୁ  ଛୁ ହୋଇଛନ୍ତି।

ଇଟାଓ୍ବା ଗାଁର ମହମ୍ମଦ ସୁଭାନଙ୍କ ସହ କାଶ୍ମୀର ଛାଡ଼ି ବିହାର ଆସିଥିବା ଯୁବତୀଙ୍କୁ ଖୋଜିବା ପାଇଁ କାଶ୍ମୀର ପୋଲିସ୍ ଗତକାଲି ସୁପୌଲ ପହଞ୍ଚିଥିଲା।  ଗତ ୧୦ଦିନ ମଧ୍ୟରେ ଜାମ୍ମୁ –କାଶ୍ମୀର ପୋଲିସ୍ ଦ୍ବିତୀୟ ଥର ବିହାର ଆସିଛି।

ସୁପୌଲ ଆସିଥିବା ଜାମ୍ମୁ କାଶ୍ମୀର ପୋଲିସ୍ ରାଧୋପୁର ଥାନା ସହାୟତାରେ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ରହୁଥିବା ହିନା (ଛଦ୍ମନାମ)ଙ୍କୁ ଖୋଜୁଛି। କିନ୍ତୁ ଘାଟୀରୁ ପଳାୟନ କରିଥିବା ପ୍ରେମୀ ଯୁଗଳ ସୁପୌଲ ପହଞ୍ଚି କୋର୍ଟ ମ୍ୟାରେଜ ଏବଂ ବିବାହ କରିବା ପରେ ସେଠାରୁ ପୁଣି ଫେରାର ହୋଇଯାଇଥିଲେ ଏବଂ ଏଯାଏଁ ତାଙ୍କର କୌଣସି ସୂଚନା ମିଳିନାହିଁ।

ପ୍ରକୃତରେ,ହୀନା ରାଧୋପୁର ଥାନା ଅଞ୍ଚଳର ଇଟାଓ୍ବାରେ ରହୁଥିବା ଯେଉଁ ମହମ୍ମଦ ସୁଭାନଙ୍କୁ ବିବାହ କରିଥିଲେ ସେ ପୂର୍ବରୁ ୩ପିଲାଙ୍କ ପିତା । ତାଙ୍କର ପ୍ରଥମ ବିବାହ ଅରରିୟା ଜିଲ୍ଲାର ଫାରବିସଗଞ୍ଜରେ ହୋଇଥିଲା। ସେ କାଶ୍ମୀରରେ ଗତ ୫ବର୍ଷ ହେବ ରହୁଥିଲେ ଏବଂ ସେଠାରେ ରାଜମିସ୍ତ୍ରୀ କାମ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.