କୂଲଗାମରେ ଏନକାଉଣ୍ଟର: ସୁରକ୍ଷାବାହିନୀଙ୍କ ଗୁଳି ଚାଳନାରେ ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | October 10, 2020 IST

କୂଳଗାମ ୧୦/୧୦: ଜମ୍ମୁ-କଶ୍ମୀର କୂଳଗାମ ଜିଲ୍ଲାର ଚିନଗାମ ଇଲାକାରେ ୨ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ଚାଳନା ହୋଇଥିଲା।  ତେବେ ଏହି ଏନକାଉଣ୍ଟରରେ ସୁରକ୍ଷାବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ମାରିଛନ୍ତି। ପୋଲିସ ଅନୁସାରେ ମୃତ ଆତଙ୍କବାଦୀଙ୍କର ଏବେ ସୁଦ୍ଧା କୌଣସି ପରିଚୟ ମିଳିପାରି ନାହିଁ। ଗତକାଲି ବିଳମ୍ବିତ ରାତ୍ରିରେ ହୋଇଥିବା ଏହି ଆକ୍ରମଣ ପରେ ଜମ୍ମୁ-କଶ୍ମୀରର ସର୍ଚ ଅପରେସନ ଜାରି ରହିଛି।

wp:core-embed/twitter {"url":"https://twitter.com/ANI/status/1314749956180172800","type":"rich","providerNameSlug":"twitter","className":""}
https://twitter.com/ANI/status/1314749956180172800
/wp:core-embed/twitter

ଏହି ଇଲାକାରେ ଦୁଇରୁ ତିନିଜଣ ଆତଙ୍କବାଦୀଙ୍କ ଉପସ୍ଥିତିରେ ସୁରକ୍ଷାବାହିନର ଦଳ ପହଞ୍ଚିଲେ। ଫଳରେ ସେମାନଙ୍କ ମଧ୍ୟରେ ଫାୟରିଂ ଆରମ୍ଭ ହୋଇଥିଲା। ଏହା​‌ ପରେ ସୁରକ୍ଷାବାହିନୀଙ୍କ ତରଫରୁ ଆତଙ୍କବାଦୀଙ୍କ ଉପରେ ପ୍ରତି ଆକ୍ରମଣ କରାଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.