ଜମ୍ମୁ-କାଶ୍ମୀର : ଆଇନଜୀବୀ ବାବର କାଦରୀଙ୍କୁ ଗୁଳିକରି ହତ୍ୟା, ଟିଭି ବିତର୍କରେ କାଶ୍ମୀର ଉପରେ ରଖୁଥିଲେ ମତ

Published By : Prameya-News7 Bureau | September 24, 2020 IST

ଶ୍ରୀନଗର, ୨୪ ।୦୯:  ଜମ୍ମୁ-କାଶ୍ମୀର ଶ୍ରୀନଗରରେ ଗୁରୁବାର ଜଣେ ବିଶିଷ୍ଟ ଓକିଲ ବାବର କାଦରୀଙ୍କୁ ହତ୍ୟା କରାଯାଇଛି । ପ୍ରଥମେ ତାଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ସେ ଗୁରୁତର ହୋଇ ପଡିଥିଲେ। କିନ୍ତୁ ମେଡିକାଲରେ ପହଁଚିବା ପୂର୍ବରୁ ସେ ପ୍ରାଣ ହରାଇଥିଲେ ।

ବାବରୀ କାଦରୀ ଜମ୍ମୁ-କାଶ୍ମୀର ନୁହେଁ ବରଂ ସାରା ଦେଶରେ ପରିଚୟ ପ୍ରତିଷ୍ଠା କରିଥିଲେ । ସେ ଟିଭି ଡିବେଟରେ ଭାଗ ନେଉଥିଲେ । ଏପରିକି କାଶ୍ମୀର ପ୍ରସଙ୍ଗ ଉପସ୍ଥାପନ କରୁଥିଲେ । ତେବେ ଗୁରୁବାର ତାଙ୍କୁ ଦୁର୍ବୃତ୍ତମାନେ ଗୁଳି ମାଡ କରିଥିଲେ । ମେଡିକାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବାବରୀ ନିଜେ ମଧ୍ୟ ଟ୍ୱିଟ୍ କରି ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ ।

wp:html /wp:html

ସେ ନିଜ ଶେଷ ଟ୍ୱିଟ୍‌ରେ ଲେଖିଥିଲେ ଯେ, ପୋଲିସ ସାହ ନଜୀରଙ୍କ ବିରୋଧରେ ମାମଲା ରୁଜୁ କରୁ । କାରଣ ନଜୀର ତାଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି । ଏହାକୁ ନେଇ ତାଙ୍କ ଜୀବନ ପ୍ରତି ବିପଦ ରହିଛି । କାଦରୀଙ୍କ ଟ୍ୱିଟର ଆକାଉଣ୍ଟ ବାବର କାଦରୀ ଟ୍ରୁଥ୍ ଅଟେ ।

ଏହାପୂର୍ବରୁ ବିଜେପିର ଜଣେ ସରପଞ୍ଚଙ୍କୁ ହତ୍ୟା କରାଯାଇଥିଲା । ଏପରିକି ଗ୍ରାମର ବ୍ଲକ୍ ଅଧ୍ୟକ୍ଷଙ୍କୁ ମଧ୍ୟ ଗୁଳିକରି କେହି ଆତତାୟୀ ହତ୍ୟା କରିଥିଲେ । ତେବେ ସରପଞ୍ଚଙ୍କ ହତ୍ୟା ପଛରେ ଆତଙ୍କବାଦୀ ସଙ୍ଗଠନ ଟିଆରଏଫ ଥିବା ଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.