Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଜମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ

20/06/2018 at 5:28 AM

ଜମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ । ଏଥିପାଇଁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଗତକାଲି ଭାରତୀୟ ଜନତା ପାର୍ଟି ପିଡିପିରୁ ସମର୍ଥନ ପ୍ରତ୍ୟାହାର କରିଛି । ଫଳରେ ଜାମ୍ମୁ-କାଶ୍ମୀରରେ ଚାଲିଥିବା ୩ ବର୍ଷର ପିଡିପି-ବିଜେପି ମେଣ୍ଟ ସରକାର ଭାଙ୍ଗିଛି । ଏହା ପରେ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍ ତି ଇସ୍ତଫା ପତ୍ର ରାଜ୍ୟପାଳ ଏନ୍ଏନ୍ ଭୋରାଙ୍କୁ ପ୍ରଦାନ କରିଛନ୍ତି । ମେହବୁବା ମୁଫ୍ ତି ଇସ୍ତଫା ଦେବା ପରେ ଏନ୍ ସି ନେତା ଉମର ଅବଦୁଲା ମଧ୍ୟ ରାଜ୍ୟପାଳଙ୍କୁ ଭେଟିଥିଲେ । ଜମ୍ମୁ-କାଶ୍ମୀରରେ ନୂଆ ସରକାର ଗଠନ ପାଇଁ କୌଣସି ବିକଳ୍ପ ନଥିବାରୁ ରାଜ୍ୟପାଳ ଶାସନ ଲାଗୁ ପାଇଁ ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି । ଆତଙ୍କବାଦ ଓ ହିଂସାକୁ ଆଳ କରି ବିଜେପି ସମର୍ଥନ ପ୍ରତ୍ୟାହାର କରିବା ସହ ପିଡିପି ଉପରେ ସବୁ ଦୋଷ ଲଦିଛି । ଜାମ୍ମୁ କାଶ୍ମୀର ବିଧାନସଭାରେ ପିଡିପିର ୨୮ ବିଜେପିର ୨୫, ନ୍ୟାସନାଲ କନଫରେନ୍ ସ ୧୫ ଏବଂ କଂଗ୍ରେସର ୧୨ ଆସନ ଥିବା ବେଳେ ଅନ୍ୟମାନେ ୯ଟି ଆସନ ଅକ୍ତିଆର କରିଦେଇଛନ୍ତି ।

   Related Posts