ଜାମ୍ମୁ-କାଶ୍ମୀରକୁ ମିଳିବ ପୂର୍ଣ୍ଣ ରାଜ୍ୟର ମାନ୍ୟତା, କେନ୍ଦ୍ର ଶାସିତ ପ୍ରଦେଶ ହୋଇ ବେଶୀ ଦିନ ରହିବ ନାହିଁ- ଗୃହମନ୍ତ୍ରୀ ଅମିତା ଶାହା

Published By : Prameya-News7 Bureau | October 08, 2019 IST

ନୂଆଦିଲ୍ଲୀ୮|୧୦: ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ ପୁଣି ଦୋହରାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହ। ସେ କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ସବୁବେଳେ କେନ୍ଦ୍ର ଶାସିତ ପ୍ରଦେଶ ହୋଇ ରହିବ ନାହିଁ। ଏଠାକାର ପରିସ୍ଥିତିରେ ସୁଧାର ଆସିଲେ ଏହାକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦିଆଯିବ।  ଭାରତୀୟ ପୁଲିସ ସେବା ୨୦୧୮ ବ୍ୟାଚର ନବନିଯୁକ୍ତ ଅଧିକାରୀଙ୍କୁ ସମ୍ବୋଧିତ କରିବା ବେଳେ ଶାହା ଏପରି କଥା କହିଛନ୍ତି।

ଶାହ କହିଛନ୍ତି ଯେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇ ଏହାକୁ ବିଶେଷ ରାଜ୍ୟର ମାନ୍ୟତା ଦିଆଯାଇଛି। ତେଣୁ ଜାମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବାରେ କୌଣସି ଅସୁବିଧା ନାହିଁ। ସେ ଆହୁର ମଧ୍ୟ କହିଛନ୍ତି ଯେ, କାଶ୍ମୀର ଘାଟୀରେ ଥିବା ୧୯୬ରୁ ୧୦ ପୋଲିସ ଷ୍ଟେସନରେ ୧୪୪ ଧାରା ଲାଗୁ କରାଯାଇଛି। ସୀମା ପାରି ହେବା ପାଇଁ ଆତଙ୍କବାଦୀଙ୍କ ମୁଖ୍ୟ ଅସ୍ତ୍ର ଧାରା ୩୭୦ ଥିଲା। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଏଠାକାର ପରିସ୍ଥିତି ସାମାନ୍ୟ ବିଗିଡ଼ି ଯାଇଛି। ତେଣୁ ଏହା ଖୁବ ଶୀଘ୍ର ସମାଧାନ ହେବ ବୋଲି ଶାହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.