କାଲୁଚୌକ୍ ଏବଂ କୁଞ୍ଜଓ୍ୱାନିରେ ଆଜି ପୁଣି ଉଡିଲା ଡ୍ରୋନ୍, ଆଲର୍ଟରେ ସେନା

Published By : Prameya-News7 Bureau | June 30, 2021 IST

ଜାମ୍ମୁ ୩୦/୬: ଜାମ୍ମୁର କାଲୁଚୌକ୍ ଏବଂ କୁଞ୍ଜଓ୍ୱାନୀରେ ଆଜି ସକାଳେ ପୁଣିଥରେ ଡ୍ରୋନ୍ ଉଡୁଥିବା ନଜର ଆସିଛି । ଯଦିଓ ଏହା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ । ଜାମ୍ମୁରେ କ୍ରମାଗତ ଭାବେ ଡ୍ରୋନ୍ ଉଡୁଥିବା ମାମଲା ସାମ୍ନାକୁ ଆସୁଛି । ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ପୁଣିଥରେ କାଲୁଚୌକ୍ ଏବଂ କୁଞ୍ଜୱାନୀ ନିକଟରେ ଡ୍ରୋନ୍ ଉଡିଛି । ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ଜାମ୍ମୁର କୁଞ୍ଜୱାନି-ରତ୍ନୋଚାକରେ ଡ୍ରୋନ୍ ଦେଖିବାର ସୂଚନା ମଧ୍ୟ ମିଳିଥିଲା ।

କ୍ରମାଗତ ତୃତୀୟ ଥର ଏବଂ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଡ୍ରୋନ୍ ଉଡୁଥିବା ନଜର ଆସିଛି । ସୋମବାର ଦିନ କାଲୁଚୌକ୍ ମିଲିଟାରୀ ଷ୍ଟେସନ୍ ନିକଟରେ ଏକ ଡ୍ରୋନ୍ ଦେଖିବାକୁ ମିଳିଥିଲା । ଏହା ପରେ ରାତି ପ୍ରାୟ ୩ ଟା ସମୟରେ କୁଞ୍ଜୱାନି-ରତ୍ନୁଚୌକରେ ଡ୍ରୋନ୍ ଦେଖିବାର ଖବର ଆସିଥିଲା । ସୂଚନାନୁସାରେ, ଅଧିକ ଉଚ୍ଚତାରେ ଏହି ଡ୍ରୋନଟି ଉଡୁଥିବା ନଜର ଆସିଥିଲା । ଏହାସହ ଧଳା ଆଲୋକ ବି ଜଳୁଥିଲା । ସେପଟେ ଏଖବର ଜଣାପଡିବା ପରେ ଆଲର୍ଟରେ ଭାରତୀୟ ସେନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.