ଜାମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ ; ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ
21/01/2019 at 7:38 AM

ଶ୍ରୀନଗର ୨୧|୧: ଜାମ୍ମୁ କାଶ୍ମୀରରେ ପ୍ରବଳ ତୁଷାରପାତ । ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଜାନୁଆରୀ ମାସରେ ପଞ୍ଚମ ଥର ପାଇଁ ବରଫପାତ ହୋଇଛି । ସୋମବାର ଓ ମଙ୍ଗଳବାର ବରଫପାତର ମାତ୍ରା ଆହୁରି ଅଧିକ ହେବ ବୋଲି ପାଣିପାଗ ବିଭାଗ କହିଛି । ବରଫପାତ ଯୋଗୁଁ ରାଜ୍ୟର ପାର୍ବତ୍ୟାଞ୍ଚଳ ଧଳାରଙ୍ଗ ଧାରଣ କରିଛି ।

ପାରଦ ବିଗତ ବର୍ଷରେ ଜାନୁଆରୀ ମାସର ସବୁ ପୁରୁଣା ରେକର୍ଡ ଭାଂଗିଛି । ଅନ୍ୟପଟେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ବିଭିନ୍ନ ଅଂଚଳରେ ମଧ୍ୟ ପ୍ରବଳ ବରଫପାତ ଦେଖିବାକୁ ମିଳିଛି ଓ ଏଥିଯୋଗୁଁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଶ୍ରୀନଗରରେ ୫୪ ସେଣ୍ଟିମିଟର, ହିମାଚଳ କୁଲୁରେ ୧୧୦ ସେଣ୍ଟିମିଟର ଓ ସିମଲାରେ ୮.୫ ସେଣ୍ଟିମିଟର ବରଫପାତ ହୋଇଛି ।
Related Posts
ଫୁସ୍ଫୁସ୍କୁ କରୋନାରୁ ରକ୍ଷା କରୁଛି ଧୂମପାନ !
23 January 2021