ଜାମ୍ମୁ-କାଶ୍ମୀରରେ ଲାଗୁ ହେଲା ପଞ୍ଚାୟତି ରାଜ ଆଇନ: ଏବେ ରାଜ୍ୟରେ ହେବ ପଞ୍ଚାୟତସ୍ତରୀୟ ନିର୍ବାଚନ

Published By : Prameya-News7 Bureau | October 21, 2020 IST

ନୂଆଦିଲ୍ଲୀ ୨୧।୧୦: ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଜାମ୍ମୁ-କାଶ୍ମୀରରେ ଜିଲ୍ଲା ପଞ୍ଚାୟତ ନିର୍ବାଚନ କରାଇବାକୁ ମଞ୍ଜୁରୀ ମିଳିଛି। ଏବେ ରାଜ୍ୟରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ନିର୍ବାଚନ ହୋଇ ପାରିବ। ଏହାର ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରରେ ସମସ୍ତ ଆଇନ ଲାଗୁ ହୋଇଛି। ଗତ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଇନ ପ୍ରସ୍ତୁତ ହୋଇ ସାରିଥିଲା। ଆଜି କେନ୍ଦ୍ର କ୍ୟାବିନେଟ୍ ସିଧା ସଳଖ ନିର୍ବାଚନ କରାଯିବ ପ୍ରସ୍ତାବକୁ ଅନୁମୋଦନ ଦେଇଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଜାମ୍ମୁ-କାଶ୍ମୀରରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସ୍ତରୀୟ ପଞ୍ଚାୟତ ନିର୍ବାଚନ ଆୟୋଜିତ ହେବ। ଏବେ ନିର୍ବାଚନୀ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ଏବଂ ଲୋକେ ନିଜ ମତାଧିକାର ବଳରେ ନିଜର ଜନ ପ୍ରତିନିଧି ଚୟନ କରିବେ।

କେନ୍ଦ୍ର ମନ୍ତ୍ରୀ  କହିଛନ୍ତି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ମଜବୁତ ହେବ ଏବଂ ଲୋକଙ୍କ ହାତକୁ କ୍ଷମତା ଆସିବ। କାଶ୍ମୀରରେ ଗୋଟିଏ ଦୁଃଖ ଥିଲା ରାଜ୍ୟର କ୍ଷମତା ଲୋକଙ୍କ ପାଖ ନଥାଇ କିଛି ହାତ ଗଣତି ଲୋକଙ୍କ ହାତରେ ରହିଥିଲା। ଏବେ ସାଧାରଣ ଜନତାଙ୍କ ହାତକୁ କ୍ଷମତା ଆସିଛି। ଜାମ୍ମୁ-କାଶ୍ମୀର ଘାଟି ଏହାର ପୂରା ସ୍ଵାଗତ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.