Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଅଶରଫ୍ ସେହରାଇଙ୍କ ଦେହାନ୍ତ: ଗିଲାନୀଙ୍କ ପରେ ତେହେରିକ-ଇ-ହୁରିୟତ ଦାୟିତ୍ୱରେ ଥିଲେ

5/05/2021 at 3:08 PM

କାଶ୍ମୀର ୫/୫ : ଗତ ବର୍ଷ ଜନ ସୁରକ୍ଷା ଆଇନ (ପିଏସଏ) ଅନୁଯାୟୀ ଗିରଫ ହୋଇଥିବା କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଅଶରଫ୍ ସେହରାଇଙ୍କ ଜାମ୍ମୁ ଡାକ୍ତରଖାନାରେ ମୃତ୍ୟୁ । କରୋନା ଲକ୍ଷଣ ପରେ ତେହେରିକ୍-ଇ-ହୁରିୟାତ୍ ମୁଖ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ରିପୋର୍ଟ ନେଗେଟିଭ ହୋଇଥିଲା । ହେଲେ ବି RTPCR ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏଯାଏଁ RTPCR ରିପୋର୍ଟ ଆସିନି ।

ତେବେ ଶରୀରରେ ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଥିବା କୁହାଯାଇଛି । ୭୭ ବର୍ଷୀୟ ସେହରାଇ ହୁରିୟତ ସମ୍ମିଳନୀର ମୌଳିକବାଦି ଦଳର ମୁଖ୍ୟ ସୟଦ ଅଲି ଶାହା ଗିଲାନୀଙ୍କ ସହ ଥିଲେ । ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ଉଦ୍ଧାମପୁର ଜେଲରୁ ସରକାରୀ ମେଡିକାଲ କଲେଜ (ଜିଏମସି) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେହେରିକ୍-ଇ-ହୁରିୟତରେ ସେହରାଇ ଗିଲାନୀଙ୍କ ସ୍ଥାନ ନେଇଥିଲେ ।

   Related Posts