Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଜମ୍ମୁ ଓ କାଶ୍ମୀରରେ ସ୍ବାଭାବିକ ପରିସ୍ଥିତି ପାଇଁ ଦାଖଲ ମାମଲାର ଏବେ ଶୁଣାଣି ହେବନି ବୋଲି କହିଲେ ସୁପ୍ରିମ କୋର୍ଟ, ସ୍ବାଧୀନତା ଦିବସରେ ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗର ଲାଲଚୌକରେ ପତାକା ଉତ୍ତୋଳନ କରିବେ !

13/08/2019 at 5:54 PM

ନୂଆଦିଲ୍ଲୀ୧୩|୮: ଜାମ୍ମୁ କାଶ୍ମୀର ନେଇ ତୁରନ୍ତ କୌଣସି ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ୧୪୪ ଧାରା ଉଚ୍ଛେଦ ଏବଂ ମୋବାଇଲ ଓ ଇଣ୍ଟରେନେଟ୍ ସେବା ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାରେ କୋର୍ଟ କହିଛନ୍ତି କେନ୍ଦ୍ରକୁ କିଛି ସମୟ ଦେବା ଦରକାର । ସେପଟେ ଜାମ୍ମୁ କାଶ୍ମୀରରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ନେଇ ନିର୍ବାଚନ କମିଶନଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।…

କାଶ୍ମୀର ଏକ ସମ୍ବେଦନଶୀଳ ପ୍ରସଙ୍ଗ । ବର୍ତ୍ତମାନ ସମୟ ବି ଉପଯୁକ୍ତ ନୁହେଁ ।  କାଶ୍ମୀରରୁ କଟକଣା ହଟାଇବା ନେଇ କୌଣସି ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ । ଧାରା ୩୭୦ ହଟିବା ପରେ ସେଠାରେ ଲାଗୁ ହୋଇଥିବା ଯାବତୀୟ କଟକଣାରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଦେଇଛନ୍ତି। ସେଠାରେ ସ୍ଥିତି ସ୍ବାଭାବିକ କରିବା ପାଇଁ ସମୟ ଦେବାକୁ ହେବ ।ରାତାରାତି ସବୁକିଛି ବଦଳିଯିବ ନାହିଁ । ଏମିତି ସ୍ଥିତିରେ ଜାମ୍ମୁ କାଶ୍ମୀରରେ ଲାଗିଥିବା ପ୍ରତିବନ୍ଧକ ନେଇ ସୁପ୍ରିମକୋର୍ଟ କୌଣସି ଆଦେଶ ଦେଇପାରିବେ ନାହିଁ । ଏପରିକି ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି ମାମଲାରେ ନିଷ୍ପତ୍ତି ନେଇହେବ ନାହିଁ ବୋଲି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତା ବେଞ୍ଚ ସ୍ପଷ୍ଟ କରିଛନ୍ତି …

 ଜାମ୍ମୁ କାଶ୍ମୀରରେ କେତେଦିନ ପର୍ଯ୍ୟନ୍ତ ଏପରି କଟକଣା ଜାରି ରହିବ ।ଏ ପ୍ରଶ୍ନର ଉତ୍ତରରେ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ସରକାର ଲାଗତର ସ୍ଥିତିର ସମୀକ୍ଷା କରୁଛନ୍ତି ।୨୦୧୬ରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ବାଭାବିକ ହେବାକୁ ୩ ମାସ ଲାଗିଥିଲା । ସରକାର ସ୍ଥିତି ସ୍ବାଭାବିକ କରିବାକୁ ଉଦ୍ୟମ କରୁଛନ୍ତି । ଧାରା ୩୭୦ ଉଠିବା ପରଠାରୁ କାଶ୍ମୀରରେ ଗୋଟିଏ ବି ଗୁଳି ଫୁଟିନି କିମ୍ବା ଜଣେ ହେଲେ ବି ବ୍ୟକ୍ତିର ମୃତ୍ୟୁ ହୋଇନାହିଁ । ଦୈନିକ ଖବରକାଗଜର କାଶ୍ମୀର ଟାଇମ୍‌ସର ସମ୍ପାଦକ ଅନୁରାଧା ଭସିନ ଓ ସାମାଜିକ କର୍ମୀ ତହସିନ ପୁନାୱାଲାଙ୍କ ପକ୍ଷରୁ ପୃଥକ ମାମଲା ଦାୟର ହୋଇଥିଲା।  

ସେପଟେ ସେନାମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି ଯେ କାଶ୍ମୀର ଜନତାଙ୍କ ସହିତ ଆମର ସଂପର୍କ ପୂର୍ବଭଳି ରହିଛି ।ପାକିସ୍ତାନ ପକ୍ଷରୁ କୌଣସି ହରକତ୍‌ କରାଗଲେ ଏହାର କଡ଼ା ଜବାବ ଦିଆଯିବ । ଲଦାଖ ସୀମାରେ ପାକିସ୍ତାନ ଯୁଦ୍ଧ ବିମାନ ଠୁଳ କରୁଛି। ଆଉ ଏହି ପ୍ରସଙ୍ଗରେ ସେନାମୁଖ୍ୟ ଉଚିତ ଜବାବ ଦେଇଛନ୍ତି।  …

କାଶ୍ମୀରରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ନେଇ ନିର୍ବାଚନ କମିଶନରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଲେ ପୁନର୍ଗଠନ କାମ ଆରମ୍ଭ ହେବ ।ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସ୍ଥାନୀୟ ରାଜନୈତିକ ଦଳ ଏବଂ ଜନ ପ୍ରତିନିଧିମାନଙ୍କର ମତାମତ ନିଆଯିବାକୁ ସ୍ଥିର ହୋଇଛି ।…

ଶାନ୍ତିପୂର୍ଣ୍ଣ ଭାବେ ଇଦ୍‌ ସରିଛି। ଦୁଇଦିନ ପରେ ଆସୁଛିସ୍ବାଧୀନତା ଦିବସ । ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗର ଲାଲଚୌକରେ ପତାକା ଉତ୍ତୋଳ କରିବେ ବୋଲି ଚର୍ଚ୍ଚା ହେଉଛି। ସେପଟେ ଜାମ୍ମୁ ଓ କାଶ୍ମୀର ପ୍ରତିପଞ୍ଚାୟତରେ ତ୍ରିରଙ୍ଗା ଉଡ଼ାଇବାକୁ ଜୋରଦାର ଅଭିଯାନ ଚାଲିଛି।  

   Related Posts