ଏବେ କଏଦୀଙ୍କୁ ମିଳିବ ଫୋନ୍ ସୁବିଧା : ସମ୍ପର୍କୀୟ ଏବଂ ଓକିଲଙ୍କ ସହ ହୋଇପାରିବେ କଥା

Published By : Prameya-News7 Bureau | September 12, 2019 IST

ଜାମ୍ମୁ ୧୨/୯: ଜାମ୍ମୁ କାଶ୍ମୀରର ପୋଲିସ୍ ମହାନିର୍ଦେଶକ ଗତ ବୁଧବାର କହିଛନ୍ତି ଯେ କଏଦୀଙ୍କ ପାଖରେ ଖୁବ୍ ଶୀଘ୍ର କଏଦୀ କଲିଙ୍ଗ୍ ସୁବିଧା ରହିବ ଯାହା ଦ୍ବାରା ସେମାନେ ନିଜ ସମ୍ପର୍କୀୟ ଏବଂ ଓକିଲଙ୍କ ସହ କଥା ହୋଇ ପାରିବେ।

{"id":156652,"width":569,"height":390}

ସେ କହିଥିଲେ ଯେ ଏହି ସୁବିଧାର ଲାଭ ସେହି ଅପରାଧୀମାନଙ୍କୁ ମିଳିବ ନାହିଁ ଯେଉଁମାନେ ଗମ୍ଭୀର ଅପରାଧରେ ଜେଲରେ ବନ୍ଦୀ ଥି​ବେ କିମ୍ବା ଜେଲରେ ସମସ୍ତଙ୍କ ସହିତ ଦୁର୍ବ୍ୟବହାର କରୁଥିବେ। କଏଦୀ କଲିଙ୍ଗର ସୁବିଧା କେନ୍ଦ୍ର କାରାଗାର,ଶ୍ରୀନଗର ଏବଂ କୋଟଭଲଓ୍ବାଲ ଜାମ୍ମୁ ବ୍ୟତୀତ ସ୍ଥାନୀୟ ଜିଲ୍ଲା ଜେଲରେ ଆରମ୍ଭ ହେବ। ଏହି ସୁବିଧା ଅନୁସାରେ କଏଦୀ କେତେକ ନିର୍ଦ୍ଦିଷ୍ଟ ଦିନରେ ନିଜର ଦୁଇ ଜଣ ସମ୍ପର୍କୀୟଙ୍କ ସହ ୫ମିନିଟ୍ ଯାଏଁ କଥା ହୋଇ ପାରିବେ।

{"id":156653,"width":589,"height":279}

ଜାମ୍ମୁରେ କଏଦୀଙ୍କ ସାଂସ୍କୃତିକ ଏବଂ ଖେଳ ସହ ଜଡ଼ିତ ଗତିବିଧିରେ ମଧ୍ୟ ଭାଗ ନେବାକୁ ପ୍ରୋତ୍ସାହିତ କରାଯାଉଛି। ଏହା ବ୍ୟତୀତ କଏଦୀଙ୍କୁ ଆହୁରି ଅନେକ ପ୍ରକାରର ଟ୍ରେନିଙ୍ଗ ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.